The Ultimate Managed Hosting Platform
ADVERTISEMENT

ଜଣାପଡିଲା ମହାରାଣୀ ଏଲିଜାବେଥଙ୍କ ଦୀର୍ଘ ଜୀବନର ରହସ୍ୟ, ଅତ୍ୟନ୍ତ ଶରଳ ଥିଲା ଦିନଚର୍ଯ୍ୟା

Facebook
Twitter
LinkedIn

ବିଶ୍ୱରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜ କରିବାରେ ମହାରାଣୀ ଏଲିଜାବେଥ ଦ୍ୱିତୀୟ ଥିଲେ ଜଣେ। ସେ ୭୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବ୍ରିଟେନ ସମେତ ବିଶ୍ୱର ଅନେକ ଦେଶଙ୍କ ଉପରେ ଶାସନ କରୁଥିଲେ। ମୃତ୍ୟୁ ବେଳକୁ ମଧ୍ୟ ରାଣୀ ଏଲିଜାବେଥ୍ ୧୫ ଦେଶଙ୍କ ମହାରାଣୀ ଥିଲେ। ୯୬ ବର୍ଷ ବୟସରେ ମହାରାଣୀଙ୍କ ପରଲୋକ ହୋଇଛି। ଏହି ବୟସରେ ବି ସେ ବେଶ୍ ସକ୍ରିୟ ଥିଲେ। ନିକଟରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ସେ ନିଯୁକ୍ତ କରିଥିଲେ। ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନର ସେହି ରହସ୍ୟ ଯେଉଁଥି ପାଇଁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବିତ ଥିଲେ।

ଏପରି ଥିଲା ତାଙ୍କ ଜୀବନ ଶୈଳୀ
ଏଲିଜାବେଥ୍ ଦ୍ୱିତୀୟ ବ୍ରିଟେନର ମହାରାଣୀ ହୋଇଥିଲେ ମଧ୍ୟ ତାଙ୍କ ଜୀବନ ଯାପନ ଶୈଳୀ ଅତ୍ୟନ୍ତ ଶରଳ ଥିଲା। ସେ ତାଙ୍କ ରୁଟିନରେ ପକ୍କା ଥିଲେ। ସ୍ୱାସ୍ଥ୍ୟକର ଖାଦ୍ୟ, ନିୟମିତ ବ୍ୟାୟାମ, ସଠିକ ସମୟରେ ଶୋଇବା ଓ ପ୍ରଭାତରେ ଉଠିବା ତାଙ୍କ ରୁଟିନର ଅଂଶବିଶେଷ ଥିଲା।  ସେ ନିୟମିତ ଅଧିକ ବ୍ୟାୟାମ କରୁ ନଥିଲେ। ତେବେ ସେ ଧାର୍ଯ୍ୟ କିଛି କାମ ନିୟମିତ କରୁଥିଲେ, ଯାହା ଦ୍ୱାରା ତାଙ୍କର ଦୈନିକ ବ୍ୟାୟାମ ପୁରା ହୋଇ ପାରୁଥିଲା। ସେ ନିୟମିତ ରାତି ୧୧ଟା ପୂର୍ବରୁ ଶୋଇବାକୁ ଚାଲି ଯାଉଥିଲେ ଓ ପୂର୍ବାହ୍ନ ୭ଟା ସୁଦ୍ଧା ବିଛଣା ଛାଡୁଥିଲେ। ଏହା ଥିଲା ତାଙ୍କର ଜୀବନ ଚର୍ଯ୍ୟା।

ସେଫ୍ କହିଲେ ତାଙ୍କ ଖାଦ୍ୟ ଋଚି
ରାଣୀ ଏଲିଜାବେଥ୍‌ଙ୍କ ସେଫ୍ ଡେରେନ ମ୍ୟାକ୍‌ଗ୍ରାଡି ପାଲେସରେ ତାଙ୍କ ସମୟର ଏକ ପୁସ୍ତକ ଲେଖି ଯାଇଛନ୍ତି। ତାଙ୍କ ଦୀର୍ଘ ୧୫ ବର୍ଷ ଜୀବନର ଅଭିଜ୍ଞତାକୁ ସେ ପୁସ୍ତକ ‘ଇଟିଂ ରୟାଲୀ: ରେସିପିଜ୍ ଏଣ୍ଡ ରିମେମ୍ବରାନ୍ସ ଫ୍ରମ ଏ ପାଲେସ୍ କିଚିନ’ରେ ଉଲ୍ଲେଖ କରିଛନ୍ତି। ଏଥିରେ ରାଣୀ ଏଲିଜାବେଥ୍  କେବେବି କ୍ୟାଲୋରୀ ହିସାବ କରି ଖାଆନ୍ତିନି। ତାଙ୍କୁ ଯାହା ଭଲ ଲାଗେ ସେ ଖାଆନ୍ତି ହେଲେ ଅତି ଗରିଷ୍ଠ ଓ ଚିକ୍କଣିଆ ଖାଦ୍ୟ ତାଙ୍କର ପସନ୍ଦ ନୁହେଁ। ତାଙ୍କର ଦିନ ହୋଲ ଗ୍ରେନ ବା କେବେ କେବେ ୟୁଗାର୍ଟରୁ ଆରମ୍ଭ କରନ୍ତି। ଦିନକୁ ସେ ୪ ଥର ଖାଦ୍ୟ ଗ୍ରହଣ କରିଥାନ୍ତି। ଥରେ ଶକାଳେ ଜଳଖିଆ, ମଧ୍ୟାହ୍ନରେ ଭୋଜନ ଓ ପରେ ଚା, ରାତିରେ ରାତ୍ର ଭୋଜନ କରନ୍ତି।

ମଧ୍ୟାହ୍ନ ଭୋଜନରେ ପାଳଙ୍ଗ ଓ ଗ୍ରିଲଡ ଫିସ୍ ଖାଇବାକୁ ରାଣୀ ବେଶ୍ ପସନ୍ଦ କରନ୍ତି। କେବେ କେବେ ସାଲାଡ ସହିତ ଲୋ କାର୍ବ ଗ୍ରିଲଡ ଚିକେନ୍ ମଧ୍ୟ ଖାଆନ୍ତି। ମଧ୍ୟାହ୍ନରେ ଚା ସହିତ ମହାରାଣୀ ଜାମ ଓ ଟୋଷ୍ଟ ଖାଇଥାନ୍ତି। ରାଣୀଙ୍କୁ ଚକଲେଟ୍ ବିସ୍କୁଟ, କେକ୍ ଓ ଡାର୍କ ଚକଲେଟ୍ ଖୁବ୍ ପସନ୍ଦ। ରାଣୀଙ୍କ ଖାଦ୍ୟ ସୂଚୀରେ କେବେବି ଆଳୁ, ପାସ୍ତା ଓ ଭାତ ନଥିଲା। ରାତିରେ ସେ ଗାଢ ମଲେଇର ସସ୍ ସାଙ୍ଗକୁ ଗାର୍ଲିକ ଷ୍ଟିକ୍‌ ଖାଇବାକୁ ପସନ୍ଦ କରିଥାନ୍ତି।

ରାଣୀଙ୍କୁ ବ୍ୟାୟାମ ପସନ୍ଦ
ରାଣୀ ଏଲିଜାବେଥ୍ କୌଣସି ବ୍ୟାୟାମ କରୁନଥିଲେ। ତାଙ୍କର ଏକ ଧାର୍ଯ୍ୟ ଯୋଗ ଥିଲା ଯାହା ସେ ଦୈନନ୍ଦିନ କରନ୍ତି। ମହାରାଣୀଙ୍କୁ ପ୍ରକୃତିର ନିକଟରେ ରହିବାକୁ ଖୁବ୍ ପସନ୍ଦ ଥିଲା। ସେ ସବୁଦିନ କୁକୁରକୁ ସାଙ୍ଗରେ ବୁଲେଇ ନିଅନ୍ତି। ଏହି ଦିନଚର୍ଯ୍ୟାହିଁ ତାଙ୍କୁ ଦୀର୍ଘାୟୁ କରିଥିଲା। ରାତି ୧୧ ପୂର୍ବରୁ ଶୋଇବାକୁ ଯିବା ଓ ସକାଳ ୭ଟା ବେଳକୁ ନିଦରୁ ଉଠିବା ତାଙ୍କର ଅଭ୍ୟାସ୍ ଥିଲା।   

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login