ଉଦଳା : ଖାଲରେ ପଡି ଚାଲିଗଲା ଗର୍ଭବତୀ ମାଈହାତୀର ଜୀବନ । ଅସନଘାଟି ଜଙ୍ଗଲ ଭିତରେ ଖୋଳା ଯାଇଥିବା ଟ୍ରେଞ୍ଚରେ ଏକ ମାଇ ହାତୀ ପଡିଥିବା ଖବର ଯାଇଥିଲା ବନବିଭାଗ। ବାଲେଶ୍ବର ଜିଲ୍ଲା ନୀଳଗିରି କୁଲଡିହା ରେଞ୍ଜ କପ୍ତିପଦା ବ୍ଲକ୍ ଅସନଘାଟି ଜଙ୍ଗଲରେ ଏହି ଅଘଟଣ ଘଟିଛି। କପ୍ତିପଦା ଏବଂ କୁଲଡିହା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ସହାୟତାରେ ହାତୀକୁ ଉଦ୍ଧାର କରିଥିଲେ। ହେଲେ ୪ ଘଣ୍ଟାର ଚେଷ୍ଟା ପରେ ମଧ୍ୟ ହାତୀକୁ ବଞ୍ଚାଇ ପାରିନଥିବା ବନବିଭାଗ। ମୃତ ହାତୀର ବୟସ ୧୦ ବର୍ଷ ଏବଂ ସେ ଗର୍ଭବତୀ ଥିବା ଜଣାପଡିଛି । ଉଦ୍ଧାର ପରେ ହାତୀର ବ୍ୟବଛେଦ କରାଯାଇଛି ।
Views: 70











