The Ultimate Managed Hosting Platform
ADVERTISEMENT

ଜଗନ୍ନାଥପୁର ବାଲିକୁଦରୁ ଏକ କୁମ୍ଭୀରର ମୃତଦେହ ଠାବ, ଲମ୍ବ ୭.୫ ଫୁଟ୍‌

Facebook
Twitter
LinkedIn

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ମହାନଦୀର ଜଗତି ଜଗନ୍ନାଥପୁର ବାଲିକୁଦରୁ ଏକ କୁମ୍ଭୀରର ମୃତଦେହ ଠାବ ହୋଇଛି। ଏନେଇ ଖବର ପାଇ ବୌଦ୍ଧ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ କୁମ୍ଭୀରଟିକୁ ଉଦ୍ଧାର କରି ବାମଣ୍ଡା ବନ ବିଭଗ ନର୍ସରୀ ଠାରେ ରଖିଥିଲା। ତେବେ ନନ୍ଦନକାନନର ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରା କୁମ୍ଭୀରର ଶବ ବ୍ୟବଚ୍ଛେଦ କରିଛନ୍ତି। ମୃତ କୁମ୍ଭୀରର ଲମ୍ବ ୭.୫ ଫୁଟ ହୋଇଥିବାବେଳେ ଚଉଡା ପ୍ରାୟ ୩୦ ଇଞ୍ଚ ହେବ ବୋଲି ଏନେଇ ସୂଚନା ମିଳିଛି। ତେବେ ମୃତ କୁମ୍ଭୀର ଦେହରେ କୌଣସି କ୍ଷତ ନଥିବା ବେଳେ ଶରୀର ଭିତରେ ରକ୍ତଶ୍ରାବ ଯୋଗୁଁ ତାହାର ମୃତ୍ୟୁ ହୋଇଥିବା ଜଣାପଡିଛି। କୁମ୍ଭୀରଟିକୁ ପ୍ରାୟ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମୃତ କୁମ୍ଭୀର ଲାଞ୍ଜରେ ଏକ ଟ୍ୟାଗ ଲାଗିଛି ଓ ସେଥିରେ ଏମ୍‌କେଏମ୍ ୧୪୯ ଲେଖାହୋଇଛି । ମୃତ କୁମ୍ଭୀରଟି ଟିକରପଡା ଠାରୁ ଭାସି ଆସିଥିବା ଅନୁମାନ କରାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login