The Ultimate Managed Hosting Platform
ADVERTISEMENT

ଛୁଟିରେ ଘରକୁ ଆସିଥିଲେ ଯବାନ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

Facebook
Twitter
LinkedIn

ଆନନ୍ଦପୁର : ସଡ଼କ ଦୁର୍ଘଟଣାରେ ଯବାନ ମୃତ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବେଲବାହାଳି ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ମୃତକ ରାମଚନ୍ଦ୍ରପୁର ଥାନା ବାତୋ ଗାଁର ଗୌରୀଶଙ୍କର ନାୟକ ବୋଲି ଜଣାପଡିଛି । ସେ ବିଏସ୍‌ଏଫ୍‌ରେ କାର‌୍ୟ୍ୟରତ ଥିବା ବେଳେ ଇଣ୍ଡିଆ ଗେଟ୍ ନିକଟରେ ନିୟୋଜିତ ଥିଲେ । ଯବାନ ଘରକୁ ଛୁଟିରେ ଆସିଥିଲେ । ଗୌରୀ ଶଙ୍କର ନିଜ ଛୋଟ ପୁଅକୁ ସାଙ୍ଗରେ ଧରି ସ୍କୁଟି ଯୋଗେ ଘଷିପୁରାରୁ କିଛି କାମସାରି ଘରକୁ ଫେରୁଥିଲେ । ଠିକ୍ ଏହି ସମୟରେ ବେଳବାହାଳି ନିକଟରେ ସାମ୍ନାପଟୁ ଏକ ବୋଲେରୋ ପିକଅପ୍ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ହେଲେ ପୁଅ ସାମାନ୍ୟ ଆହତ ହୋଇଛନ୍ତି । ଏ ନେଇ ପୋଲିସ୍ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡିର ସନ୍ଧାନ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login