The Ultimate Managed Hosting Platform
ADVERTISEMENT

ଛାତ୍ରୀଙ୍କୁ ଯୌନ ନିର୍ଯାତନା  , ଶିକ୍ଷକ ଅଟକ

Facebook
Twitter
LinkedIn

ସମ୍ବଲପୁର : ଏକ ଇଂଲିଶ ମିଡିୟମ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା । ଯୌନ ନିର୍ଯାତନା  ନେଇ ବରେଇପାଲି ଥାନାରେ ମାମଲା ରୁଜୁ । ସମ୍ପୃକ୍ତ ଛାତ୍ରୀ ଓ ସ୍କୁଲ ଅଧ୍ୟକ୍ଷଙ୍କ ଏତଲା ଆଧାରରେ ମାମଲା । ମାମଲା ରୁଜୁ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ । ସ୍କୁଲରେ ପହଁଚିଲେ ଉପଜିଲ୍ଲାପାଳ , ତହସିଲଦାର, ଥାନାଅଧିକାରୀ ।
ଅଭିଯୋଗ ଅନୁଯାୟୀ, ଗତ ଦୁଇ ଦିନ ତଳେ ଜଣେ ଛାତ୍ରୀ ତାଙ୍କର କିଛି ସାଙ୍ଗଙ୍କ ସହ କ୍ଲାସ ରୁମ ଭିତରେ ଥିଲେ ସେହି ସମୟରେ ଇଂରାଜୀ ଶିକ୍ଷକ କ୍ଲାସ ଭିତରକୁ ଆସି ପୀଡିତା ଛାତ୍ରୀଙ୍କ ସାଙ୍ଗମାନଙ୍କୁ ବାହାରକୁ ଯିବା ପାଇଁ କହିଥିଲେ। ଏହି ସମୟରେ ଛାତ୍ରୀଙ୍କୁ ରୁମ ଭିତରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ ଜଣକ। ଆଜି ଅଭିଭାବକ ସଂଘ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇ ଥିଲେ । ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ତେବେ ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login