ଟିଟିଲାଗଡ : ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ । ସଇଁତଳା ଟିକ୍ରାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ । ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ପ୍ରଧାନ ଶିକ୍ଷୟତ୍ରୀ ହେମାଞ୍ଜଳୀ ହୋତା ନିଲମ୍ବିତ । ଗତ ୩୧ ତାରିଖରେ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଥିଲେ ପ୍ରଧାନ ଶିକ୍ଷୟତ୍ରୀ । ତେବେ ଏ ନେଇ ପରେ ଛାତ୍ର ଓ ଅଭିଭାବକ ସଇଁତଳା ପୋଲିସ ଓ ପରେ ବଲାଙ୍ଗୀର ଏସପି ଓ ଜିଲ୍ଲାପାଳଙ୍କ ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ତେବେ ଏହାକୁ ନେଇ ତଦନ୍ତ ହୋଇଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି ।
Views: 100











