ଭୁବନେଶ୍ୱର : ରାଜଧାନୀରେ ଛାତ୍ର କଂଗ୍ରେସ –ପୋଲିସ ଧସ୍ତାଧସ୍ତି । ନବୀନ ନିବାସ ଅଭିମୁଖେ ଯିବା ବେଳେ ଶିଶୁଭବନ ଛକରେ ଧସ୍ତାଧସ୍ତି । ଛାତ୍ରମାନଙ୍କ ବିଭିନ୍ନ ସମସ୍ୟା ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ । କଲେଜରେ ଶିକ୍ଷକ ଅଭାବ, ପରୀକ୍ଷାରେ ବିଭ୍ରାଟ ଭଳି ସମସ୍ୟାକୁ ନେଇ ଛାତ୍ର କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ରାଜମହଲ ଛକରୁ ଶିଶୁ ଭବନ ଛକ ପର୍ୟ୍ୟନ୍ତ ବିରାଟ ରାଲି କରାଯାଉଛି । ଏହି ରାଲିରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସହିତ ତମାମ ଛାତ୍ରନେତାମାନେ ସାମିଲ ହେଇଛନ୍ତି ।
Views: 103











