କୋଲକତା : ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ । ଛାତିରେ ଯନ୍ତ୍ରଣା ହେବାରୁ ମିଥୁନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ସକାଳେ ମିଥୁନ ଅସୁସ୍ଥ ଅନୁଭବ କରିଥିଲେ ଏବଂ ପରେ ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ମିଳିଥିବା ସୂଚନା ମୁତାବକ, ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ଗତ କିଛି ଦିନ ପୂର୍ବରୁ ମିଥୁନଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବଲିଉଡ ସମେତ ବିଭିନ୍ନ ଭାଷାରେ ନିର୍ମିତ ଫିଲ୍ମରେ ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଅଭିନୟ କରିଛନ୍ତି ।
Views: 61