ନୂଆଦିଲ୍ଲୀ : ଦିଲ୍ଲୀରେ କୋଠାରୁ ଡେଇଁ ଜୀବନ ହାରିଲେ ଆଇଏଫଏସ ଅଧିକାରୀ । ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି । ସଂପୃକ୍ତ ଆଇଏଫଏସ ଅଫିସରଙ୍କ ନାଁ ଜିତେନ୍ଦ୍ର ରାୱତ । ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି । ଆଜି ସକାଳ ୬ଟା ସମୟରେ ସେ ରହୁଥିବା ଘର ଛାତରୁ ଡେଇଁଛନ୍ତି । ଚାଣକ୍ୟପୁରୀରେ ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ କଲୋନିରେ ରହୁଥିଲେ ଜିତେନ୍ଦ୍ର ରାୱତ । ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି । ତେବେ ଗତ କିଛି ଦିନ ହେଲା ସେ ଡିପ୍ରେସନରେ ଥିଲେ । ଏଥିପାଇଁ ଚିକିତ୍ସିତ ହେଉଥିଲେ । ଜିତେନ୍ଦ୍ର ତାଙ୍କ ମାଆଙ୍କ ସହ ରହୁଥିଲେ । ସେ ଜୀବନ ହାରିବା ବେଳେ ଘରେ ତାଙ୍କ ମାଆ ଥିଲେ । ତାଙ୍କ ସ୍ତ୍ରୀ ଓ ଦୁଇ ପିଲା ଡେରାଡୁନରେ ରହୁଥିଲେ । ତେବେ କାହିଁକି ଜୀବନ ହାରିଲେ ତା’ର ନିର୍ଦ୍ଦିଷ୍ଟ କାରଣ ଏଯାଏଁ ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଯାଞ୍ଚ କରିବା ପରେ ଅସଲ ସତ୍ୟ ପଦାକୁ ଆସିବ ।
Views: 22