ନୂଆଦିଲ୍ଲୀ : ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁ ଦେଓ ସାଏ । ବିଧାୟକ ଦଳ ବୈଠଳରେ ବିଷ୍ଣୁ ଦେଓ ସାଏଙ୍କ ନାଁରେ ମୋହର । କୁଙ୍କୁରୀ ସରଂକ୍ଷିତ ଆସନରୁ ବିଜୟୀ ହୋଇଛନ୍ତି ବିଷ୍ଣୁଦେଓ ସାଏ । ୨୦୨୦ ରୁ ୨୦୨୨ ରାଜ୍ୟ ବିଜେପି ଦାୟିତ୍ୱ ତୁଲାଇଥିଲେ ।
ସୂଚନାଯୋଗ୍ୟ, ଶ୍ରୀ ସାଏ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିବା ସମୟରେ ୨୦୧୮ରେ ଆନନ୍ଦପୁର ଗସ୍ତରେ ଆସିଥିଲେ। ଶାଳପଡ଼ା ପଡ଼ିଆରେ ମୋଦୀ ସରକାରଙ୍କ ସଫଳତା ସମ୍ପର୍କରେ ପ୍ରଚାର ପାଇଁ ହୋଇଥିବା ‘ସବ୍କା ସାଥ ସବ୍କା ବିକାଶ’ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ୟ୍ୟକ୍ରମ ପରେ ସେ ଦଳୀୟ କାର୍ୟ୍ୟକର୍ତ୍ତାଙ୍କ ସହ ଘସିପୁରା ବଣମୁଣ୍ଡସାହିକୁ ଯାଇଥିଲେ। ସେଠାରେ ଦଳିତ ପରିବାର ସୁରେଶ ପାତ୍ରଙ୍କ ଘରେ ଭୋଜନ କରି ଚର୍ଚ୍ଚାକୁ ଆସିଥିଲେ। ବିଷ୍ଣୁଦେବ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ବିଜେପି ଶିବିର ଉତ୍ସାହିତ ଥିବା ବରିଷ୍ଠ ନେତା ଭଗବାନ ସାହୁ ପ୍ରକାଶ କରିଛନ୍ତି।
Views: 104











