The Ultimate Managed Hosting Platform
ADVERTISEMENT

ଛତିଶଗଡ, ମିଜୋରାମରେ ମତଦାନ

Facebook
Twitter
LinkedIn

ନୂଆଦିଲ୍ଲୀ : ଛତିଶଗଡ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ । କଡା ସୁରକ୍ଷାରେ ମାଓ ପ୍ରବଣ ୨୦ଟି ଆସନରେ ଭୋଟିଂ । ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସମେତ ମଇଦାନରେ ୨୨୩ ପ୍ରାର୍ଥୀ । ମିଜୋରାମରେ ମଧ୍ୟ ସମସ୍ତ ୪୦ ଆସନ ପାଇଁ ମତଦାନ ଜାରି ।
୯୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡ଼ରେ ଦୁଇଟି ପର୍ୟ୍ୟାୟରେ ମୋଟ ୧୧୮୧ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ପ୍ରଥମ ପର୍ୟ୍ୟାୟରେ ୨୦ଟି ଆସନ ଲାଗି ୨୨୩ ପ୍ରାର୍ଥୀ ଲଢୁଥିବାବେଳେ ଦ୍ବିତୀୟ ପର୍ୟ୍ୟାୟରେ ୭୦ ଆସନ ଲାଗି ୯୫୮ ଜଣ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ପ୍ରଥମ ପର୍ୟ୍ୟାୟରେ ବସ୍ତରର ୭ଟି ନକ୍ସଲ ପ୍ରଭାବିତ ଜିଲ୍ଲା ଏବଂ ଅନ୍ୟ ୪ଟି ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେବ।
ସେପଟେ ଆଜି ମିଜୋରମର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ । ରାଜ୍ୟର ୮ଲକ୍ଷ ୫୨ ହଜାରରୁ ଅଧିକ ଭୋଟର ୧୭୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ପାଇଁ ୧୨୭୬ଟି ପୋଲିଂ ବୁଥ ଗଠନ ହୋଇଛି। ସୁରୁଖୁରୁରେ ନିର୍ବାଚନ କରାଇବା ପାଇଁ ୫୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login