ଭୁବନେଶ୍ୱର : ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଗଡିବ ସ୍ପେଶାଲ ଟ୍ରେନ । କଟକ , ଭୁବନେଶ୍ୱର ସହ ସମସ୍ତ ମୁଖ୍ୟ ଷ୍ଟେସନରେ ରହିବ ଟ୍ରେନ । ଆବଶ୍ୟକ ହେଲେ ଟ୍ରେନରେ ପାର୍ସଲ ଭ୍ୟାନର ବ୍ୟବସ୍ଥା ରହିବ । ପାର୍ସଲ ଭ୍ୟାନରେ ମୃତଦେହ ନେବାର ସମସ୍ତ ବ୍ୟବସ୍ଥା ରହିବ । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଅଭିମୁଖେ ଏକ ସ୍ବତନ୍ତ୍ର ରେଳ ଚଳାଚଳ ଆରମ୍ଭ କରିବ। ଏହି ଟ୍ରେନ୍ କଟକ, ଭୁବନେଶ୍ୱର ସହ ଓଡ଼ିଶା, ତେଲେଙ୍ଗାନା, ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶ ସମସ୍ତ ମୁଖ୍ୟ ଷ୍ଟେସନରେ ରହିବ। ଆବଶ୍ୟକ ହେଲେ ଟ୍ରେନରେ ପାର୍ସଲ ଭ୍ୟାନ୍ର ବ୍ୟବସ୍ଥା ରହିବ। ଏହି ପାର୍ସଲ ଭ୍ୟାନ୍ରେ ମୃତଦେହ ନେବାର ସମସ୍ତ ବ୍ୟବସ୍ଥା ରହିଛି।
Views: 128











