ନୂଆଦିଲ୍ଲୀ :ଦୀର୍ଘ ଦିନ ଧରି ଭାରତ ଏବଂ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଚାଲି ଆସୁଥିବା ସୀମା ବିବାଦ ପରେ ପରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା । ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ଏଲଏସି ଉପରେ ଚାଲିଥିବା ବିବାଦକୁ ବନ୍ଦ କରବିା ପାଇଁ ଭାରତ ଓ ଚୀନ ର ସୈନ୍ୟବାହିନୀ ସମ୍ପର୍ଣ୍ଣ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରୀ କରୁଛନ୍ତି । ଏ ବାବଦରେ ସ୍ଥିର ଅଗ୍ରଗତି ହୋଇଛି . ଚୀନ୍ ପ୍ରତିରକ୍ଷା ମୁଖପାତ୍ର ସିନିୟର କର୍ଣ୍ଣେଲ ଝାଙ୍ଗ ଜିଆଓଗଙ୍ଗ ବେଜିଂରେ ଏକ ଗଣମାଧ୍ୟମରେ ସଂକ୍ଷିପ୍ତ ବକ୍ତବ୍ୟରେ ମନ୍ତବ୍ୟ ଦେଇଛନ୍ତି। ଯେତେବେଳେ ଡିସେମ୍ବର ୧୮ରେ ସ୍ୱତନ୍ତ୍ର ପ୍ରତିନିଧୀ ଦଳଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଭାରତ ଏବଂ ଚୀନ୍ର ସୈନ୍ୟ ଦଳ ଉଭୟ ପକ୍ଷ ମଧ୍ୟରେ ସୀମା ସମ୍ବନ୍ଧୀୟ ସମାଧାନକୁ ବ୍ୟାପକ ଏବଂ ପ୍ରଭାବଶାଳୀ ଭାବରେ କାର୍ୟ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ସ୍ଥିର ଅଗ୍ରଗତି ହୋଇଛି। ଏ ବାବଦରେ ଭାରତ ପକ୍ଷରୁ ଏକ ସକାରାତ୍ମକ ପ୍ରତିକ୍ରିୟା ଆସିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପ୍ରକୃତ ନିୟନ୍ତ୍ରଣ ଲାଇନରେ ଥିବା ସାମଗ୍ରିକ ସ୍ଥିତି ସ୍ଥିର କିନ୍ତୁ “ସମ୍ବେଦନଶୀଳ” ଅଟେ ଏବଂ “ସମାନ ଏବଂ ପାରସ୍ପରିକ ସୁରକ୍ଷା” ନୀତି ଆଧାରରେ ସ୍ଥଳ ସ୍ଥିତିକୁ ପୁନଃସ୍ଥାପିତ କରିବା ପାଇଁ ବ୍ୟାପକ ସହମତି ପ୍ରକାଶ ପାଇଛି।
ଚୁକ୍ତି ପରେ ମଧ୍ୟ ଏଲଏସିରେ ରହିଛନ୍ତି ଚୀନ ସେନା

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...