ନୂଆଦିଲ୍ଲୀ : ଚୀନରେ ହାହାକାର ଖେଳାଉଛି ନୂଆ ଭାଇରସ୍ ଏଚଏମପିଭି । ସେଠାରେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଗତ ୧୦ ଦିନରେ ଏଚଏମପିଭି ମାମଲା ୫୨୯% ବୃଦ୍ଧି ପାଇଛି । ଏହି ଭୂତାଣୁ ଯୋଗୁ ଚୀନରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଆଣ୍ଟିଭାଇରାଲ୍ ଔଷଧର ଅଭାବ ସୃଷ୍ଟି ହୋଇଛି । ଆଣ୍ଟିଭାଇରାଲ୍ ଔଷଧର କଳା ବଜାରୀ ଆରମ୍ଭ ହୋଇଛି । ପରିସ୍ଥିତି ଏପରି ହେଲାଣି, ଆଣ୍ଟିଭାଇରାଲ୍ ଔଷଧଗୁଡିକ ୪୧ ଡଲାରରେ ବିକ୍ରି ହେଉଛି । ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଚୀନଠାରୁ ନୂଆ ଭୂତାଣୁ ନେଇ ତଥ୍ୟ ମାଗିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଚୀନ୍ ଏପର୍ୟ୍ୟନ୍ତ ଏଚଏମପିଭି ମାମଲାର ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ଉହାନରେ ସ୍କୁଲ ବନ୍ଦ ହୋଇଯାଇଛି । ପିଲାମାନଙ୍କ ମଧ୍ୟରେ ବଢୁଥିବା ମାମଲାକୁ ଦୃଷ୍ଟିରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଭୂତାଣୁ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଭାରତ, ମାଲେସିଆ, ଜାପାନ, କାଜାଖସ୍ତାନରେ ମାମଲା ବୃଦ୍ଧି ପାଉଛି ।
ଚୀନରେ ହାହାକାର ଖେଳାଉଛି ନୂଆ ଭାଇରସ ଏଚଏମପିଭି, ୧୦ ଦିନରେ ମାମଲା ୫୨୯%କୁ ବୃଦ୍ଧି

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...