ଚୀନ : ଭାରତର ପଡ଼ୋଶୀ ଦେଶ ଚୀନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ମଙ୍ଗଳବାର ସକାଳ ପ୍ରାୟ ୮.୪୫ମିନିଟ ରେ ଚୀନର ଜିନଜିଆଙ୍ଗ ପ୍ରଦେଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଜିନଜିଆଙ୍ଗରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଯାହାର କେନ୍ଦ୍ରସ୍ଥଳ ୪୧.୬୫ ଉତ୍ତର ଅକ୍ଷାଂଶ, ୮୧.୧୪ ପୂର୍ବ ଦ୍ରାଘିମା ରହିଛି । ଏହି ଭୂକମ୍ପର ଗଭୀରତା କେନ୍ଦ୍ରସ୍ଥଳଠାରୁ ମାତ୍ର ୧୦ କିଲୋମିଟର ତଳେ ରହିଥିଲା ।ପରବର୍ତ୍ତୀ ସମୟରେ ସୁନାମି ସତର୍କତା ଚେତାବନୀ ଜାରି କରିଛି ।
Views: 50