ନୂଆଦିଲ୍ଲୀ : ଚିଲ୍ଲୀ ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଫଣ୍ଟଙ୍କ ପ୍ରଥମ ଭାରତ ଗସ୍ତ । ଏହି ଅବସରରେ ଚିଲ୍ଲୀ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି। ଭାରତ ସହ ଚିଲ୍ଲୀର କାମ ସମ୍ପର୍କକୁ ନେଇ ପ୍ରସ୍ତାବ ଦେଇଛନ୍ତି ରାଷ୍ଟ୍ରପତି ଗାବ୍ରିଏଲ।ଖବରମୁତାବକ, ଚିଲ୍ଲୀ ରାଷ୍ଟ୍ରପତି ଦୀର୍ଘ ୧୬ ବର୍ଷ ପରେ ପ୍ରଥମ କରି ଭାରତ ଗସ୍ତରେ ଆସିଛନ୍ତି । ୧୬ବର୍ଷ ମଧ୍ୟରେ ଭାରତରେ ଅନେକ ପରିବର୍ତ୍ତନ ହୋଇଯାଇଛି ବୋଲି କହିଛନ୍ତି ଚିଲ୍ଲୀ ରାଷ୍ଟ୍ରପତି । ଭାରତକୁ ଆସିବା ପରେ ସସମ୍ମାନରେ ଚିଲ୍ଲୀ ରାଷ୍ଟ୍ରପତଙ୍କୁ ସ୍ବାଗତ କରାଯାଇଥିଲା । ଯେଉଁଥି ପାଇଁ ରାଷ୍ଟ୍ରପତି ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, କୌଣସି ନେତା ଏପରି କରିପାରିବେ ନାହିଁ ଯାହା ଆପଣ କରିଛନ୍ତି । ଆପଣ ବିଭିନ୍ନ ଦେଶକୁ ସମର୍ଥନ କରୁଛନ୍ତି । ପ୍ରତ୍ୟେକ ଦେଶର ରାଜନେତାଙ୍କ ସହ ଆପଣ କଥା ମଧ୍ୟ ହୋଇପାରିବେ। ଗାବ୍ରିଏଲ ଶେଷରେ ଭୂ-ରାଜନୈତିକ ଖେଳାଳୀ ଭାବେ ମୋଦିଙ୍କୁ ସମ୍ଭୋଧନ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ୧ରୁ ୫ ଏପ୍ରିଲ ପର୍ୟ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି ଚିଲ୍ଲୀ ରାଷ୍ଟ୍ରପତି ଗାବ୍ରିଏଲ । ଭାରତ ସହ ସୁସମ୍ପର୍କ ରଖିବା ପାଇଁ ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି ।
ଚିଲ୍ଲୀ ରାଷ୍ଟ୍ରପତି ଗାବ୍ରିଏଲ ବୋରିକଙ୍କ ଭାରତ ଗସ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











