ସମ୍ବଲପୁର : ଚିଡିଆଖାନାରେ ପହଁଚିଲା ନୂଆପଡା ବାଘ । ଭୋର୫ଟାରେ ଚିଡିଆଖାନାରେ ପହଁଚିଲା କଲରାପତରିଆ ବାଘ । ବାଘ ପହଁଚିବା ନେଇ ସମ୍ବଲପୁର ଡିଏଫଓଙ୍କ ସୂଚନା । ବାଘକୁ ସମ୍ବଲପୁର ଚିଡିଆଖାନାର କ୍ୱାରେନ୍ଟାଇନ୍ ସେଂଟରରେ ରଖାଯାଇଛି । ବାଘ ଉପରେ ୨୪ ଘଣ୍ଟା ନଜର ରଖାଯାଇଛି । ବାଘର ଗତିବିଧି, ବ୍ୟବହାର ଦେଖି ୱାଇଲ୍ଡଲାଇଫ୍ ଓ ମେଡିକାଲ ଟିମ୍ ତାକୁ ଅଧିକ ଦିନ କ୍ୱାରେନ୍ଟାଇନରେ ରଖାଯିବ କି ନାହିଁ ନିଷ୍ପତ୍ତିି ନିଆଯିବ ।ମଣିଷକୁ ମାରିଥିବା କଲରାପତରିଆ ବାଘକୁ ନୂଆପଡ଼ା ରେଞ୍ଜ ଅଫିସରୁ ହୀରାକୁଦ ୱାଇଲ୍ଡ ଲାଇଫ୍ ଟିମ୍ ସମ୍ବଲପୁର ନେଇଥିଲା । କୋଦୋପାଲି ଗାଁରୁ ବାଘକୁ ୪ ତାରିଖରେ ଧରିଥିଲା ବନ ବିଭାଗ । ବାଘ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୮ବର୍ଷର ନାବାଳକକୁ ମଧ୍ୟ ଆକ୍ରମଣ କରିଥିଲା ।
Views: 78