ବ୍ରହ୍ମପୁର : ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ପରେ ଘରୋଇ ହସ୍ପିଟାଲ ସିଲ । ନୂଆ ବସ ଷ୍ଟାଣ୍ଡ ରାସ୍ତାରେ ଥିବା ଘରୋଇ ହସ୍ପିଟାଲକୁ ସିଲ କଲା ପ୍ରଶାସନ । ଚିକିତ୍ସାଧୀନ ଅବସ୍ଥାରେ ଯୁବକର ମୃତ୍ୟୁକୁ ନେଇ ଉତ୍ତେଜନା ପରେ କାର୍ଯ୍ୟାନୁଷ୍ଠାନ । ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ କରି ଶବ ରଖି ଧାରଣା ଦେଇଥିଲେ ସମ୍ପର୍କୀୟ ।ଭୁଲ୍ ଇଞ୍ଜେକ୍ସନ ପାଇଁ ମୃତ୍ୟୁ ହୋଇଥିବା ପରିବାରଲୋକଙ୍କ ଅଭିଯୋଗ । ଇଞ୍ଜେକ୍ସନ ପରେ ଗୁରୁତର ହେବାରୁ ଏମକେସିଜି ନିଆଯାଇଥିଲା । ଏମକେସିଜିରେ ମୃତ ଘୋଷଣା କରିଥିଲେ ଡାକ୍ତର ।
ଏହାପରେ, ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଘରୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା । ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ସିନ୍ଦୁରବାଡ଼ ଗାଁର ବିଜୟ ପ୍ରଧାନ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ବିଜୟଙ୍କୁ ଘରୋଇ ହସ୍ପିଟାଲରୁ ଏମକେସିଜି ମେଡିକାଲକୁ ନିଆଯାଇଥିଲା । ଏମକେସିଜି ମେଡିକାଲରେ ବିଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଘରୋଇ ହସ୍ପିଟାଲରେ ଭୁଲ ଚିକିତ୍ସା ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତଦେହକୁ ମେଡିକାଲ ସମ୍ମୁଖରେ ରଖି ଧାରଣାରେ ବସିଥିଲେ ପରିବାର ଲୋକେ । ପୋଲିସ ଓ ପ୍ରଶାସନର ବୁଝାସୁଝା ପରେ ଧାରଣାରୁ ହଟିଲେ ମୃତକଙ୍କ ପରିବାର ଲୋକେ ।
ଚିକିତ୍ସା ଅବହେଳାରୁ ମୃତ୍ୟୁ ; ହସ୍ପିଟାଲ ସିଲ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











