କାମାକ୍ଷାନଗର : ଡମ୍ପର ଧକ୍କାରେ ଚାଲିଗଲା ତିନି ଶ୍ରମିକଙ୍କ ଜୀବନ। ଢେଙ୍କାନାଳ କାମାକ୍ଷାନଗର ଥାନା ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ଭୟଙ୍କର ଦୁର୍ଘଟଣା ହୋଇଛି । ରାସ୍ତାକାମରେ ନିୟୋଜିତ ଦୁଇ ଶ୍ରମିକଙ୍କୁ ଡମ୍ପର ଧକ୍କା ଦେବା ଫଳରେ ରୋଲର ମେସିନରେ ଚାପି ହୋଇଯାଇଥିଲେ ।ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ କାମାକ୍ଷାନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟର ମାଧ୍ୟମରେ କାଟି ଘଣ୍ଟାଏରୁ ଅଧିକ ପରିଶ୍ରମ କରି ତିନି ଶ୍ରମିକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କାମାକ୍ଷାନଗର ଓ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । କାମାକ୍ଷାନଗରରୁ ଢେଙ୍କାନାଳ ରାସ୍ତା ଯାତାୟତ ଠପ ହୋଇଯାଇଛି ।
Views: 25