ନୀଳଗିରି : ହୃଦଘାତ ଯୋଗୁଁ ଚଳନ୍ତା ବସ ଡ୍ରାଇଭରଙ୍କ ମୃତ୍ୟୁ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଲେ ୫୦ରୁ ଉଦ୍ଧ୍ୱର୍ ପର୍ଯ୍ୟଟକ । ହୃଦଘାତରେ ଟଳି ପଡିବା ପୂର୍ବରୁ ବସକୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ କଲେ । ତୁରନ୍ତ ହସ୍ପିଟାଲ ନିଆଯିବା ସତ୍ତ୍ୱେ ମୃତ ଘୋଷଣା କଲେ ଡାକ୍ତର । ସୂଚନା ଅନୁସାରେ, ହାୱଡାରୁ ପର୍ୟ୍ୟଟକ ବୁଲିବାକୁ ଆସିଥିଲେ। ନୀଳଗିରି ଉପଖଣ୍ଡ ପାଟପୁର ଛକ ନିକଟରେ ଡ୍ରାଇଭରଙ୍କ ହୃଦ୍ ଘାତ ହୋଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମୃତ୍ୟୁ ଡ୍ରାଇଭର ଗାଡ଼ିକୁ ରାସ୍ତାରେ ପାର୍ଶ୍ଵରେ ରଖି ଦେବାରୁ ୭୦ ଜଣ ପର୍ୟ୍ୟଟକଙ୍କ ଜୀବନ ବଞ୍ଚି ଯାଇଥିଲା।
Views: 93











