କୋଣାର୍କ : ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ ଅଭିଯୋଗ । ନିମାପଡା ମୁଖ୍ୟ ରାସ୍ତା ବନାଖଣ୍ଡି ନିକଟରେ ଅପହରଣ ଅଭିଯୋଗ । ସାଙ୍ଗମାନଙ୍କ ସହ କାରରେ ଭୁବନେଶ୍ୱର ଫେରବିା ବେଳେ ଅପହରଣ । ୨ ଦୁର୍ବୁତ୍ତ ଯୁବକଙ୍କୁ ଅଟକାଇ ଜୋର ଜବରଦସ୍ତ ଅନ୍ୟ ଏକ କାରରେ ନେଇଗଲେ । ସାଙ୍ଗମାନେ ତୁରନ୍ତ ଏନେଇ କୋଣାର୍କ ଥାନାରେ ଏତଲା ଦେଇଥିଲେ । କୋଣାର୍କ ପୋଲିସ ଓ ପୁରୀ ଅତିରିକ୍ତ ଏସ୍ ପି ସଚିନ ପଟେଲଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସିସିଟିଭି ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ଜିଲ୍ଲା ପୋଲିସ ବ୍ଲକିଂ କରି ଗୋଟିଗୋଟି ଗାଡ଼ି ଯାଞ୍ଚ କରୁଛନ୍ତି । ଟଙ୍କା କାରବାରକୁ ନେଇ ଅପହରଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
Views: 39