The Ultimate Managed Hosting Platform
ADVERTISEMENT

ଚନ୍ଦ୍ରଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ 

Facebook
Twitter
LinkedIn

ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ।

ଭୁବନେଶ୍ୱର ଲୋହିୟା ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଖାଦ୍ୟ ଗ୍ରହଣର କାର୍ଯ୍ୟକ୍ରମ ଚାଲିଥିବା ବେଳେ ପରମ୍ପରାବାଦୀମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ।ବିରୋଧ ପରେ ସେଠାରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀ ପରସ୍ପରକୁ ବିଧା, ଗୋଇଠା ମାରିବା ସହିତ ଗୋବର ଓ ଢେଲାପଥର ମାଡ଼ କରିଥିଲେ। ସମାନ ସ୍ଥିତି ବ୍ରହ୍ମପୁରରେ ମଧ୍ୟ ଦେଖିବାକୁ ମିଳିଥିଲା। ଆୟୋଜନ ସ୍ଥଳରେ ବଜରଙ୍ଗ ଦଳ କର୍ମୀ ଓ ପରମ୍ପରାବାଦୀମାନେ ପହଞ୍ଚି ବିରୋଧ କରିଥିଲେ। ହେତୁବାଦୀ ଲଗାଇଥିବା ବ୍ୟାନରକୁ ଚିରି ଦେଇଥିଲେ ପରମ୍ପରାବାଦୀ। ହେତୁବାଦୀମାନେ ଏହାକୁ ବିରୋଧ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ଲାଠି ମାଡ଼ କରିଥିଲା।ସୂଚନାଯୋଗ୍ୟ, ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଆଜି ମଧ୍ୟ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣରେ ପାକ ନିଷେଧ ଓ ଖାଦ୍ୟ ବର୍ଜନର ପରମ୍ପରା ରହିଛି। ତେବେ ହେତୁବାଦୀମାନେ ଏହା ବିଜ୍ଞନ ସମ୍ମତ ନୁହେଁ ବୋଲି କହନ୍ତି। ଚନ୍ଦ୍ରଗ୍ରହଣରେ ଖାଦ୍ୟ ଗ୍ରହଣ କଲେ କିଛି ଅସୁବିଧା ହୁଏ ନାହିଁ ବୋଲି ମତ ଦିଅନ୍ତି। ଏହାକୁ ପ୍ରମାଣ କରିବାକୁ ଓ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ସେମାନେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନର ଆୟୋଜନ କରନ୍ତି। ଏହି କାରଣରୁ ଗତ ସୂର୍ଯ୍ୟପରାଗ ବେଳେ ବିବାଦ ଦେଖାଯାଇଥିଲା। ତେବେ ହେତୁବାଦୀମାନେ ଚନ୍ଦ୍ରଗ୍ରହଣ ବେଳେ ପୁଣି ବିରିୟାନୀ ଖାଇବେ ବୋଲି କହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login