ରାଞ୍ଚି : ଆଜି ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ। ଆଜିଠୁ ଆରମ୍ଭ ହେବ ଝାଡଖଣ୍ଡରେ ନୂଆ ସରକାର । ଚତୁର୍ଥ ଥର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ ନେତା ହେମନ୍ତ ସୋରେନ । ରାଞ୍ଚିର ମୋରାବାଦି ଗ୍ରାଉଣ୍ଡରେ ଅପରାହ୍ନ ୪ଟା ବେଳେ ହେମନ୍ତ ସୋରେନ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ସୋରେନଙ୍କ ପ୍ରାୟ ୩୫ ହଜାର ସମର୍ଥକ ଶପଥ ସମାରୋହରେ ସାମିଲ ହେବେ । ଯେଉଁଥିପାଇଁ ରାଞ୍ଚିର ବିଭିନ୍ନ ହୋଟେଲରେ ଭିଡ଼ ଦେଖିବାକୁ ମିଳିଛି । ହେମନ୍ତ ସୋରେନଙ୍କ ସହ ତାଙ୍କ କ୍ୟାବିନେଟର କିଛି ମନ୍ତ୍ରୀ ମଧ୍ୟ ନେବେ ଶପଥ । ରାଞ୍ଚିର ମୋରାବାଡ଼ି ଗ୍ରାଉଣ୍ଡରେ ହେବ ଶପଥ ସମାରୋହ । ଏଥିରେ ରାହୁଲ ଗାନ୍ଧୀ, ଶରଦ ପାୱାର ଓ ମମତା ବାନାର୍ଜୀଙ୍କ ସମେତ ଇଣ୍ଡିଆ ମେଣ୍ଟର ଅନେକ ବରିଷ୍ଠ ନେତା ସାମିଲ ହେବେ । କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଉତ୍ସବରେ ଯୋଗଦେବେ ।
Views: 46