The Ultimate Managed Hosting Platform
ADVERTISEMENT

ଘାଟିରେ ଭୂସ୍ଖଳନ ; ଯୋଗାଯୋଗ ବିଚ୍ଛିନ୍ନ , ରାସ୍ତା ସଫା ନ ହେବାରୁ ବଢିଲା ଅସନ୍ତୋଷ

Facebook
Twitter
LinkedIn

ବ୍ରହ୍ମପୁର : କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁଁ ଯାତାୟାତ ବିଚ୍ଛିନ୍ନ । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ । ରାସ୍ତା ଉପରେ ପଡି ରହିଛି ବଡ ବଡ ପଥର ଓ ମାଟି ଅତଡା । ପ୍ରାୟ ୨୦ ଘଣ୍ଟା ହେବ ରାସ୍ତା ସଫା ନ ହେବାରୁ ବଢିଲା ଅସନ୍ତୋଷ । ଭୂସ୍ଖଳନ ହୋଇଥିବା ସ୍ଥାନରେ ପ୍ରାୟ ୪୦ରୁ ୫୦ ମିଟର ରାସ୍ତା ଉପରେ ମାଟି ଓ ପଥର ଜମା ହୋଇ ରହିଛି। ମଝିରେ ମଝିରେ ପଥର ଖସୁଛି। ଏବେବି ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ସ୍ଥିତି ବିପଦପୂର୍ଣ୍ଣ ରହିଛି। ଘାଟିର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି। ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ଆତଙ୍କିତ ହୋଇ ରହିଛନ୍ତି। ଭୂସ୍ଖଳନ ସମୟରେ କିଛି ଗାଡ଼ି ଯାଉଥିବା ବେଳେ ସୌଭାଗ୍ୟବଶତଃ ଚାଳକ ରକ୍ଷା ପାଇ ଯାଇଥିଲେ। ତେବେ ଜଣେ ବାଇକ୍ ଚାଳକ ଏଥିରେ ଆହତ ହୋଇଛନ୍ତି। ବାଇକ୍ଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବା ସହ ଘାଟିର କିଛି ତଳକୁ ଖସିଯାଇଥିଲା। ସ୍ଥାନୀୟ ଲୋକ ବାଇକ୍ ଚାଳକଙ୍କୁ ଉଦ୍ଧାର କରିଛନ୍ତି। ଭଞ୍ଜନଗର ପୁଲିସ, ଘୁ.ଉଦୟଗିରି ଥାନାଧିକାରୀ ବିଜୟ କୁମାର ସ୍ବାଇଁ ଏବଂ ଅଗ୍ନିଶମବାହିନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login