ଜୟପୁର : ଘାଟିରେ ଏଲଟିଲା ବସ । ୨ ଜଣଙ୍କର ଜୀବନ ଯାଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ବୈପାରୀଗୁଡା ଥାନା ଡକରିଘାଟିରେ ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ । ଆହତଙ୍କୁ ବୈପାରୀଗୁଡା ମେଡିକାଲରେ ଭର୍ତ୍ତି । କଟକ ଜିଲ୍ଲା ନିଆଳିରୁ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଇଥିବା ସୂଚନା ।
ସୂଚନା ଥାଉକି, କଟକର ନିଆଳିରୁ ଗୁପ୍ତେଶ୍ୱର ଶୈବପୀଠକୁ ଯାଉଥିଲା ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ସୁକୁନାଳ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣାରେ କିଛି ପର୍ୟ୍ୟଟକ ଆହତ ହୋଇଥିବା ସୂଚନା । ସେମାନଙ୍କୁ ବୈପାରୀଗୁଡା ଡାକ୍ତରଖାନାରେ ୨୮ ଜଣ ଆହତ ଭର୍ତ୍ତି କରାଯାଇଛି ।
Views: 50