ଭୁବନେଶ୍ୱର : ଘରୋଇ ପ୍ରସବ ଜନିତ ଅସ୍ତ୍ରୋପଚାର ଅଧିକ । ସରକାରୀ ହସ୍ପିଟାଲ ତୁଳନାରେ ପ୍ରସବ ଜନିତ ଅସ୍ତ୍ରୋପଚାର ଅଧିକ । ବିଧାନସଭାରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।୨୦୨୩-୨୪ରେ ଘରୋଇ ହସ୍ପିଟାଲରେ ୧,୪୦,୧୨୬ ଅସ୍ତ୍ରୋପଚାର ହୋଇଛି । ଠିକ୍ ସେହିପରି ୨୦୨୩-୨୪ରେ ୧ ଲକ୍ଷ ୪୦,୧୨୬ ଡେଲିଭରି ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୧୩ ହଜାର ୫୯୮ ଅସ୍ତ୍ରୋପଚାର ହୋଇଛି। ଅର୍ଥାତ୍ ୮୧.୦୬% ଅସ୍ତ୍ରୋପଚାର ହୋଇଛି ଘରୋଇ ହସ୍ପିଟାଲରେ।ଏଣେ ୨୦୨୨-୨୩ରେ ସରକାରୀ ହସ୍ପିଟାଲରେ ୬ ଲକ୍ଷ ୭୪୦ ଡେଲିଭରିରୁ ୧ ଲକ୍ଷ ୮୩ ହଜାର ୪୪୩ ଅସ୍ତ୍ରୋପଚାର ଡେଲିଭରି ହୋଇଛି। ଅର୍ଥାତ୍ ୩୦.୫୩% ଅସ୍ତ୍ରୋପଚାର ହୋଇଛି ସରକାରୀ ହସ୍ପିଟାଲରେ। ଠିକ୍ ସେହିପରି ୨୦୨୩-୨୪ରେ କେବଳ ସରକାରୀ ହସ୍ପିଟାଲରେ ୫ ଲକ୍ଷ ୯୧,୧୮୫ ପ୍ରସବକାଳୀନ ଡେଲିଭରି ହୋଇଥିବା ବେଳେ ସେଥିମଧ୍ୟରୁ ୧ ଲକ୍ଷ ୯୫ ହଜାର ୫୭୮ ଅସ୍ତ୍ରୋପଚାର ହୋଇଛି। ଅର୍ଥାତ୍ ୩୩.୦୮% ଅସ୍ତ୍ରୋପଚାର ହୋଇଛି ସରକାରୀ ହସ୍ପିଟାଲରେ।
Views: 46