ବୁର୍ଲା: ଖାଇବା ମାଗିବାରୁ ସ୍ୱାମୀକୁ କବାଟ କିଳି ଶାଶୂଙ୍କୁ କେନାଲକୁ ଫିଙ୍ଗି ଦେଇଥିବା ପରି ଘଟଣା ସାମ୍ନାକୁ ଆସିଛି। ଘଟଣା ପରେ କେନାଲ ପାଣିରେ ଭାସି ଯାଉଥିବା ବୃଦ୍ଧା ଶାଶୂଙ୍କୁ ଉଦ୍ଧାର କରିଛି ପୁଲିସ। ଏହା ପରେ ଅଭିଯୁକ୍ତ ବୋହୂକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ପୁଲିସ।
ସୂଚନା ଅନୁସାରେ, ମାଝୀପାଲିର ଅସ୍ଥାୟୀ କଲୋନୀରେ ପୁଅ ରାଧେଶ୍ୟାମ ଭୁଏ ଓ ବୋହୂ ସବିତା ଭୁଏ ସହ ରୁହନ୍ତି ବୃଦ୍ଧା ଲୟ ଭୁଏ(୬୮)। ସୋମବାର ବୋହୂକୁ ଶାଶୂ ଖାଇବା ମାଗିବା ସହ ଖାଦ୍ୟ ବାଢିବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଘଟଣା ପରେ ପ୍ରଥମେ ବୋହୂ ଜଣକ ନିଜ ସ୍ୱାମୀଙ୍କୁ ଗୋଟିଏ ଘରେ ବାହାର ପଟୁ କବାଟ କିଳି ଦେଇଥିଲେ। ଏହାପରେ ଏକୁଟିଆ ପାଇ ଶାଶୂଙ୍କ ପାଟି ବନ୍ଦ କରି ଘୋଷାଡି ନେଇ ପାୱାର କେନାଲରେ ଫିଙ୍ଗି ଦେଇଥିଲେ। ପାଣିରେ ଭାସିଯାଉଥିବା ବେଳେ ହଠାତ୍ କଲୋନୀ ପାଖ ଲୁହା ପୋଲର ଗୋଟିଏ ଖମ୍ୱକୁ ଧରି ଅଟକି ଯାଇଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ପଠାଇଥିଲେ। ସେଠାରେ ବୃଦ୍ଧାଙ୍କର ଚିକିତ୍ସା ଜାରି ରହିଥିବାବେଳେ ତାଙ୍କର ଅବସ୍ଥା ଗୁରୁତର ରହିଛି। ଅନ୍ୟପଟେ ପୁଅ ରାଧେଶ୍ୟାମଙ୍କ ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଘଟଣା ଘଟାଇବା ପରେ କଲୋନୀର ଏକ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ବୋହୂକୁ ପୁଲିସ ଗିରଫ କରିଥିଲା।
ଘରୋଇ କଳହରୁ ଶାଶୁଙ୍କୁ କେନାଲରେ ଫିଙ୍ଗିଲା ବୋହୂ

Facebook
Twitter
LinkedIn
Facebook
Twitter
LinkedIn
Recent News
ମହାପ୍ରସାଦରେ ବ୍ୟବହାର ହେବ ଜୈବିକ ଚାଉଳ
ପୁରୀ : ମହାପ୍ରସାଦରେ ରାସାୟନିକ ଯୁକ୍ତ ଚାଉଳ ବ୍ୟବହାର କୁ ନା' । ଚଳିତ ବର୍ଷ ପ୍ରଥମକରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ...
ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ
ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...
“ଅନୁପମା” ସିରିୟଲ ସୁଟିଂ ସେଟରେ ଭୟଙ୍କର ନିଆଁ
ମୁମ୍ବାଇ : ମୁମ୍ବାଇର ସୁଟିଂ ସେଟରେ ଭୟଙ୍କର ଅଗ୍ନିକାଣ୍ଡ । ଗୋରେଗାଓଁ ଫିଲ୍ମ ସିଟି ସୁଟିଂରେ ସେଟରେ ଅଗ୍ନିକାଣ୍ଡ । ଟିଭି ରିୟଲିଟି ଶୋ ଅନୁପମାର ସୁଟିଂ...
ସପାର ୩ ବିଧାୟକ ବିଦା
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...