ଧର୍ମଗଡ : ବନ୍ଦ ଘରୁ ମିଳିଲା ମହିଳାଙ୍କ ଅଧା ଜଳିଯାଇଥିବା ମୃତଦେହ । ମହିଳାଙ୍କ ଅଧାପୋଡା ମୃତଦେହ ଉଦ୍ଧାର ହୋଇଛି । ଜୁନାଗଡ ଥାନା ଚଚୈଇଗୁଡା ଗାଁରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଘରେ ଏକା ରହୁଥିଲେ ମହିଳା । ତେବେ ଏକା ରହୁଥିବା ବେଳେ କିପରି ମହିଳାଙ୍କ ମୃତୁ୍ୟ ହେଲା ତାକୁ ନେଇ ସନେ୍ଦହ । ଏ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ । କିଏ ଏପରି କାଣ୍ଡ କାହିଁକି ଭିଆଇଛି ତାହା ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ଛାନଭିନ ଆରମ୍ଭ କରିଥିବା ବେଳେ ମହିଳାଙ୍କ ମୃତ୍ୟୁସନେ୍ଦହ ଘେରକୁ ଟାଣି ନେଉଛି ।
Views: 72