ପାରାଦୀପ : ପାରାଦୀପ ବାଉରୀଆପାଳନ୍ଦା ବସ୍ତିରେ ମହିଳାଙ୍କ ଝୁଲୁଛି ମୃତଦେହ । ଘର ଭିତରେ ରଶ୍ମିତା ଦଳାଇଙ୍କ ଝୁଲୁଛି ଶବ । ସ୍ଵାମୀ ପ୍ରଦୀପ ଦଳାଇ ଫେରାର । ଘଟଣା ସ୍ଥଳରେ ପୋଲିସର ଖୋଳତାଡ଼ ଆରମ୍ଭ ହୋଇଛି । ଗତକାଲି ବିଳମ୍ବିତ ରାତ୍ରୀରେ ସ୍ଵାମୀ ପ୍ରଦୀପ ଦଳାଇ ପାଖ ପଡୋଶୀଙ୍କ ଘରେ ସ୍ଵାମୀର ଅନୁପସ୍ଥିତର ସୁଯୋଗ ନେଇ ପଶିଥିବା ବେଳେ ମହିଳା ଜଣଙ୍କ ଉଠି ଚିତ୍କାର କରିଥିବା ବେଳେ ପ୍ରଦୀପ ସେଠାରୁ ଦୌଡି ପଳାଇଯାଇଥିଲେ। ପ୍ରଦୀପଙ୍କ ସ୍ତ୍ରୀ ରଶ୍ମିତା ଏ ସବୁ ଜାଣିବା ପରେ ଉଭୟ ସ୍ଵାମୀ ଆଉ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ରଶ୍ମିତା ସ୍ଵାମୀ ଙ୍କର ଏହି କାର଼ନାମା ଜାଣିବା ପରେ ଆତ୍ମହତ୍ୟା କଲେ କି ସ୍ଵାମୀ ପ୍ରଦୀପ ତାଙ୍କୁ ହତ୍ୟା କରି ଫେରାର ହୋଇଗଲେ ତାହା ଏବେ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
Views: 73