ବରଗଡ: ଛାତ ଉପରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଭେଡେନ ଥାନା ସହରାଟିକିରା ଗାଁରେ ଘର ଛାତ ଉପରୁ ମୃତଦେହ ଉଦ୍ଧାର । ବେକରେ ଦାଗ ଥିବାରୁ ହତ୍ୟା ହୋଇଥିବା ସନେ୍ଦହ । ମୃତ ବ୍ୟକ୍ତି ଜଣକ ସହରାଟିକ୍ରାର ମଗନିଆ ସେଠ। ମଙ୍ଗଳବାର ସକାଳୁ ଶୋଇଥିବା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମଗନିଆ ଘର ଛାତ ଉପରେ ଶୋଇଥିବା ବେଳେ କେହି ତାକୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ତାଙ୍କ ବେକରେ କଳା ଦାଗ ସହ ଆଣ୍ଠୁରେ ଆଘାତ ଚିହ୍ନ ରହିଛି। ଏ ନେଇ ଭେଡେନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ ମୃତ ମଗନିଆ ସହରାଟିକ୍ରାରେ ସିମେଣ୍ଟ ଦୋକାନ ଦେଇଥିଲେ। ତେବେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
Views: 108











