ଭୁବନେଶ୍ୱର : ଆସନ୍ତାକାଲି ଘନକୁହୁଡି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ବାଲେଶ୍ୱର, ଭଦ୍ରକ , ଯାଜପୁର , କେନ୍ଦ୍ରାପଡା, କଟକ , ଜଗତସିଂହପୁର ଅନୁଗୁଳ , ଢେଙ୍କାନାଳ , ଖୋର୍ଦ୍ଧା, ପୁରୀ , ନୟାଗଡ ଓ କନ୍ଧମାଳକୁ ୱାର୍ଣ୍ଣିଂ । ରାଜ୍ୟକୁ ବର୍ତ୍ତମାନ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟର ଅନେକ ସ୍ଥାନରେ ଘନକୁହୁଡ଼ି ସୃଷ୍ଟି ହେଉଛି । ଏଥିପାଇଁ କିଛି ଅଞ୍ଚଳରେ ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଏନେଇ ଆସନ୍ତାକାଲି ଘନକୁହୁଡ଼ି ନେଇ ୧୨ ଜିଲ୍ଲାକୁ ୟେଲୋ ୱାଣ୍ଡିଂ ଜାରି କରାଯାଇଛି। ସେପଟେ ରାଜଧାନୀ ଦିଲ୍ଲୀରେ ବି ଘନ କୁହୁଡ଼ିର ଆସ୍ତରଣ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି ଘନ କୁହୁଡି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଉଡ଼ାଣରେ ବ୍ୟାଘାତ ସୃଷ୍ଟି ହୋଇଛି ।
Views: 77