ନୂଆଦିଲ୍ଲୀ : ଚା କରିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ଉତ୍ତରପ୍ରଦେଶର ଦେଓରିଆ ଡୁମରୀ ଗ୍ରାମରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଡିଏମ୍ ଏସପି ଘଟଣାସ୍ଥଳର ସମୀକ୍ଷା କରିବା ସହ ସମ୍ପୂର୍ଣ୍ଣ ରିପୋର୍ଟ ସରକାରଙ୍କୁ ପଠାଇଛନ୍ତି।
Views: 64