ନୂଆଦିଲ୍ଲୀ : ଦୀର୍ଘ ୪୦ ବର୍ଷ ପରେ ଗ୍ରୀସରେ ଭାରତର ପ୍ରଧାନମନ୍ତ୍ରୀ । ପ୍ରଥମ ଥର ପାଇଁ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଗ୍ରୀସ ଗସ୍ତ । ବ୍ରିକ୍ସ ସମ୍ମିଳନୀ ରେ ଯୋଗଦେବା ପରେ ଗ୍ରୀସ୍ତ ଗସ୍ତରେ ପ୍ରଧାନମନ୍ତ୍ରୀ । ଶେଷଥର ପାଇଁ ୧୯୮୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗ୍ରୀସ ଗସ୍ତରେ ଯାଇଥିଲେ । ଗ୍ରୀସ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ଗ୍ରୀସ ଯାଉଛନ୍ତି ମୋଦି। ମୋଦି ଗ୍ରୀସରେ ଅନେକ କାର୍ୟ୍ୟକ୍ରମରେ ଯୋଗଦେବେ । ଗ୍ରୀସ ପ୍ରଧାନମନ୍ତ୍ରୀ କାଇରାକୋସ ମିଟସୋଟାକିସଙ୍କ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା ରହିଛି । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୂତ କରିବା ନେଇ ହେବ ଆଲୋଚନା । ପରେ ମୋଦିଙ୍କ ଗ୍ରୀସ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବାର କାର୍ୟ୍ୟକ୍ରମ ରହିଛି । ଏହା ସହ ବିଜନେସ ଲିଡରଙ୍କୁ ଭେଟିବେ । ଭାରତୀୟ ସମୁଦାୟଙ୍କ ସହ ଆଲୋଚନା କରିବାର ମଧ୍ୟ ମୋଦିଙ୍କ କାର୍ୟ୍ୟକ୍ରମ ରହିଛି । ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲଞ୍ଚ୍ ରେ ଆପ୍ୟାୟିତ କରିବେ ଗ୍ରୀସ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ପୂର୍ବରୁ ଗ୍ରୀସରେ ବ୍ୟାପକ ପ୍ରସ୍ତୁତି ହୋଇଛି ।
ଗ୍ରୀସରେ ପ୍ରଧାନମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











