ଭୁବନେଶ୍ୱର : ଗ୍ରୀନ ଷ୍ଟିକର ଗାଡିରେ ଲଗାଇବା ବାଧ୍ୟତାମୂଳକ ନୁହେଁ । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା । ଏହି ମାସରେ ସମସ୍ତ ଆରଟିଓରେ ପର୍ଯ୍ୟାପ୍ତ ପରିମାଣ ଗ୍ରୀନ ଷ୍ଟିକର ଦିଆଯିବ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ । କୈାଣସି ଦେୟ ଦେବାକୁ ପଡିବନି । ଏଥିପାଇଁ ଅତ୍ୟଧିକ ବୋଝ ନେବାର ଆବଶ୍ୟକତା ନାହିଁ । ଅନ୍ୟପକ୍ଷରେ ସବୁଜ ଷ୍ଟିକର୍ ଲଗାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଆସିଥିଲେ ମଧ୍ୟ ଆର୍ଟିଓସ୍ତରରେ କିଛିଟା ଦ୍ବନ୍ଦ୍ବ ରହୁଥିବା ଦେଖାଯାଇଛି। ପ୍ରଦୂଷଣ ପ୍ରମାଣପତ୍ର ଯୋଗାଇଦେବା ପାଇଁ ଅନେକ ସ୍ବୀକୃତିପ୍ରାପ୍ତ କେନ୍ଦ୍ର ରାସ୍ତାକଡ଼ମାନଙ୍କରେ ଖୋଲିଯାଇଛି। ଯେହେତୁ ପ୍ରମାଣପତ୍ର ଆଣିବା ବାଧ୍ୟତାମୂଳକ କରିଦିଆଗଲା, ତେଣୁ ଯିଏ ଯେଉଁଠୁ ପାରିଲେ ସେଇଠୁ ପ୍ରମାଣପତ୍ର ହାତେଇବାକୁ ଲାଇନ୍ ଲଗାଇଲେ। ଭିଡ଼ରେ ରହି ବହୁ କଷ୍ଟରେ ପ୍ରମାଣପତ୍ର ମଧ୍ୟ ହାତେଇ ସାରିଛନ୍ତି। ହେଲେ ଏବେ ଏସ୍ଟିଏର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରଦୂଷଣ ପ୍ରମାଣପତ୍ର ଦେଇଥିବା ଉକ୍ତ ପରୀକ୍ଷା କେନ୍ଦ୍ର ସଂପୃକ୍ତ ଆର୍ଟିଓଙ୍କ ପରିଧି ଭିତରେ ଆସୁଛି କି ନାହିଁ ତାହା ଯାଞ୍ଚ କରାଯିବ।
ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ ; ମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











