କୋଣାର୍କ : ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ୧୫ରୁ ଉଦ୍ଧ୍ୱର୍ ଆହତ । ବାଲିଦିଆ ଓ ତରାସାହି ଗାଁ ମଧ୍ୟରେ ଗଣ୍ଡଗୋଳ , ମାରପିଟ । ଦେବୀ ନଦୀ ପଠାରୁ କାଜୁ ତୋଳାକୁ କେନ୍ଦ୍ର କରି ଗଣ୍ଡଗୋଳ । ବାଲିଦିଆ ଗାଁର ୧୫ରୁ ଉଦ୍ଧ୍ୱର୍ ଆହତ, ଘଟଣାସ୍ଥଳରେ ପୋଲିସ । ସମସ୍ତ ଆହତଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଦେବୀ ନଦୀ ମଧ୍ୟ ଭାଗରେ ଥିବା ସୁନେଇଡିଆ ନାମରେ ପରିଚିତ ସରକାରୀ ଟାପୁକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି ।ସୂଚନା ଅନୁସାରେ ନଦୀ ମଧ୍ୟ ଭାଗରେ ଥିବା ଏହି ସରକାରୀ ଜମିକୁ ଦୀର୍ଘ ବର୍ଷ ହେବ ଅସ୍ତରଙ୍ଗ ଅଂଚଳର ବାଲିଡିଆ ଗ୍ରାମର ଗ୍ରାମବାସୀ ମାନେ ପ୍ରାୟ ୨୪ ବର୍ଷ ହେଲା ଚାଷ କରି ଆସୁଛନ୍ତି । ଏହି ସ୍ଥାନରେ ବାଲିଡିଆ ଗ୍ରାମର ଲୋକମାନେ କାଜୁ ଜଙ୍ଗଲ ସୃଷ୍ଟି କରି ସେଥିରୁ କାଜୁ ତୋଳିବା ପାଇଁ ଆଜି ସକାଳୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ଥୁତ ହୋଇ ରହିଥିବା ଜଗତ୍ସିଂହପୁର ଜିଲ୍ଲାର ତରାସାହି ଗାଁର ୨୦୦ରୁ ଅଧିକ ଗ୍ରାମବାସୀ ମରଣାନ୍ତକ ଆକ୍ରମଣ କରିଥିଲେ । ଅସ୍ତରଙ୍ଗ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ଗୋଷ୍ଠୀ ସଂଘର୍ଷ , ୧୫ରୁ ଅଧିକ ଆହତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











