ଗୋପାଳପୁର : NAC ଅଧ୍ୟକ୍ଷ A. ଜାନକୀ ରାମଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଉପସ୍ଥିତ ରହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଶଶିଭୂଷଣ ମହାନ୍ତି, ପୂର୍ବତନ ଉପାଧ୍ୟକ୍ଷ ଏମ. ଚନ୍ଦ୍ରଶେଖର ଉପସ୍ଥିତ ଥିବାବେଳେ ସଭା ପ୍ରାରମ୍ଭରେ NAC ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ କୁନି କୁନି କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ କରାଯାଇଥିଲା। ଶେଷରେ ପୁର୍ବରୁ ଆୟୋଜିତ ମହିଳା ମାନଙ୍କ ଦ୍ବାରା ବିଭିନ୍ନ କାର୍ୟ୍ୟକ୍ରମର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସଭାରେ ଉପସ୍ଥିତ ୪ଜଣ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏଥିରେ ଘଇଉର ସମସ୍ତ କାଉଁସିଲର ଏବଂ କର୍ମଚାରୀ ଉପସ୍ଥିତ ରହି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।
Views: 101











