ଛତ୍ରପୁର : ଏକା ଦିନକେ ୪ ମନ୍ଦିରରୁ ଚୋରି । ବିପୁଳ ରୁପା ଗହଣା ଲୁଟିଲେ ଦୁର୍ବୃତ୍ତ । ଛତ୍ରପୁର ଥାନା ଅଧୀନ ୪ ମନ୍ଦିରରୁ ଚୋରି ହୋଇଛି । ଛତ୍ରପୁର ନୂଆ ପୋଲିସ ଲାଇନ ସ୍ଥିତ ସିରିଡି ସାଇ ମନ୍ଦିର ଓ ନିକଟରେ ଥିବା ଗଣେଶ ମନ୍ଦିରରୁ ରୁପା ମୁକୁଟ, ରୁପା ପାଦ ଚୋରି ହୋଇଛି । ପୂଜାରି ସକାଳୁ ଆସି ମନ୍ଦିର ଖୋଲିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇ ପୋଲିସକୁ ଅବଗତ କରିଥିଲେ । ସେହିପରି ବିରେଶ୍ଵର ମନ୍ଦିରରୁ ରୂପା ନାଗ ଓ ଦୁର୍ଗା ମନ୍ଦିରରୁ ରୂପା ହାର ଚୋରି ହୋଇଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।
Views: 76











