ସୋର : ଗୁହାଳରେ ଲାଗିଥଲା ମଶା ଧୂପ ।ମଶା ଧୂପରୁ ନିଆଁ ଲାଗି ଜଳିଗଲା ୪ ବଖରା ଘର ଓ ୪୦ କ୍ୱିଣ୍ଟାଲ ଧାନ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବଙ୍ଗାଳପୁର ପଞ୍ଚାୟତ ଇଶାଣ ଗାଁରେ ଘଟିଛି ଏପରି ଅଘଟଣ । ଗତକାଲି ରାତିରେ ମଶା ଧୂପରୁ ନିଆଁ ଲାଗି ଘରକୁ ଘର ବ୍ୟାପୀ ଯାଇଥିଲା । ଫଳରେ ଗାଁର ଧିରେନ ମଲ୍ଲିକଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ବିଲ ମଝିରେ ଘର ଥିବାରୁ ଏକୁଟିଆ ନିଆଁକୁ ଆୟତ୍ତ କରିପାରିନଥିଲେ । ତେଣୁ ସେ ସମସ୍ତଙ୍କୁ ଡାକିବା ପରେ ଗ୍ରାମବାସୀ ଉଦ୍ଧାର କାର୍ୟ୍ୟରେ ଲାଗିପଡିଥିଲେ । ଖବର ପାଇ ଅଡା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଏବେ ଅମଳ ହୋଇ ଘରେ ଥିବା ୧୦ କୁଇଣ୍ଟାଲ ଧାନ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।
Views: 48