ବ୍ରହ୍ମପୁର : ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ । ଦୁର୍ବୁତ୍ତଙ୍କ ଗୁଳିମାଡରେ ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଥିବା ସୂଚନା । ବୈକୁଣ୍ଠ ନଗର ନିକଟରେ ୨ ଜଣ ଦୁର୍ବୁତ୍ତ ବାଇକରେ ଆସି ଗୁଳି କରିଥିଲେ । ପୀତବାସଙ୍କୁ ମୃତ ଘୋଷଣା କରିଥିଲେ ଏମକେସିଜି ମେଡିକାଲର ଡାକ୍ତର । ରାଜ୍ୟ ଆିନଦୀବୀ ପରିଷଦର ସଦସ୍ୟ ଥିଲେ ପୀତବାସ ପଣ୍ଡା । ପ୍ରଥମେ କଂଗ୍ରେସ ପରେ ବିଜେପିର ସକ୍ରିୟ ସଦସ୍ୟ ଥିଲେ ପୀତବାସ ପଣ୍ଡା । ସୋମବାର ରାତି ପ୍ରାୟ ଦଶଟା ସମୟରେ ଘରକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ଦୁଇ ଜଣ ତାଙ୍କୁ ଅଟକାଇ ଗୁଳି ମାଡ଼ କରିଥିଲେ । ପୋଲିସ ଆଇଜି, ଗଞ୍ଜାମ ଏସପି ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଜୋରଦାର ତଦନ୍ତ ଚଳାଇଛନ୍ତି । ମନ୍ତ୍ରୀ ବିଭୁତି ଜେନା, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଓ ବହୁ ଆଇନଜୀବୀ ବୁଦ୍ଧିଜୀବୀ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି ।
Views: 37