The Ultimate Managed Hosting Platform
ADVERTISEMENT

ଗୁଜୁରାଟ ଗସ୍ତରେ ରାହୁଲ ଓ ମୋଦି

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ଗୋଟିଏ ଦିନରେ ହିଁ ଦୁଇ ଦଳର ଦୁଇ ବଡ଼ ନେତାଙ୍କ ଗୁଜରାଟ ଗସ୍ତ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଗସ୍ତରେ ଯାଇଛନ୍ତି। ଅହମଦାବାଦରେ ଏକ ସମାବେଶରେ ରାହୁଲ ଗାନ୍ଧି ଦଳର କର୍ମୀଙ୍କୁ କହିଛନ୍ତି, ନିର୍ବାଚନ ଜିତିବା ପାଇଁ ପ୍ରଥମେ ଲୋକଙ୍କ ମନ ଜିତିବାକୁ ପଡ଼ିବ। ଲୋକଙ୍କ କାମ କଲେ ହିଁ ସେମାନଙ୍କ ମନ ଜିଣିହେବ। ତେଣୁ ପ୍ରଥମେ ଜନତାଙ୍କ ସେବା କରି ସେମାନଙ୍କ ହୃଦୟ ଜିତିବାକୁ ସେ ଦଳର କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି। ସେପଟେ ନଭସାରିରେ ଲକ୍ଷପତି ଦିଦିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଚଳିତ ବର୍ଷ ଶେଷ ଆଡ଼କୁ ହେବ ଗୁଜରାଟ ବିଧାନସଭା ନିର୍ବାଚନ। ଅକ୍ଟୋବର ନଭେମ୍ବରରେ ହୋଇପାରେ ଭୋଟ। ଏଥିପାଇଁ ସରଗରମ ହେଲାଣି ରାଜନୈତିକ ମାହୋଲ। ଉଭୟ ବିଜେପି ଓ କଂଗ୍ରେସର ଫୋକସରେ ଗୁଜରାଟ । ତେଣୁ ଆଜି ଗୋଟିଏ ଦିନରେ ହିଁ ଦୁଇ ଦଳର ଦୁଇ ବଡ଼ ନେତା ଗୁଜରାଟ ଗସ୍ତରେ ଯାଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login