The Ultimate Managed Hosting Platform
ADVERTISEMENT

ଗୁଜୁରାଟ କଂଗ୍ରେସକୁ ବଡ ଝକଟା: ୩ କଂଗ୍ରେସ ନେତା ମିଶିଲେ ବିଜେପିରେ

Facebook
Twitter
LinkedIn

ଅହମଦାବାଦ: ଲୋକସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ନିର୍ବାଚନ ପୂର୍ବରୁ ଦଳ ସାଂଗଠନିକସ୍ତରରେ ଦୁର୍ବଳ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟ୍ୟଧାରା ପ୍ରତି ଆକର୍ଷିତ ହୋଇ ଗୁଜରାଟ କଂଗ୍ରେସର ୩ ନେତା ହାତ ଛାଡି ପଦ୍ମ ଧରିଛନ୍ତି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁଜରାଟରେ ପହଞ୍ଚିବାର ୩ ଦିନ ପୂର୍ବରୁ ରାଜ୍ୟ କଂଗ୍ରେସରେ ଏଭଳି ସଙ୍କଟ ସୃଷ୍ଟି ହୋଇଛି। ପୂର୍ବ କଂଗ୍ରେସ ବିଧାୟକ ଅଜୁର୍ନ ମୋଢୱାଡ଼ିଆ, ମୁଲୁ ଭାଇ କନ୍ଦୋରିଆ ଏବଂ ଅମ୍ବରିଶ ଡେର ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି।
ମଧ୍ୟାହ୍ନ ୧୨ଟାରେ ତିନି ନେତାଙ୍କୁ ବିଜେପି ଦଳୀୟ କାର୍ୟ୍ୟାଳୟରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ୩ କଂଗ୍ରେସ ନେତା ବିଜେପି ପ୍ରଦେଶ ଅଧ୍ୟକ୍ଷ ସିଆର ପାଟିଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login