The Ultimate Managed Hosting Platform
ADVERTISEMENT

ଗିରଫ ଭୟରେ ଯୁବତୀଙ୍କ ଆତ୍ମହତ୍ୟା !

Facebook
Twitter
LinkedIn

ଜଗତସିଂହପୁର :ଯୁବତୀଙ୍କ ଆତ୍ମହତ୍ୟା । ପୋଲିସର ଗିରଫ ଭୟରେ ରଶି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା । ଏପରି ଅଘଟଣ ଘଟିଛି ସଦର ଥାନା ହାବେଳି ନାଥ ସାହି ଗାଁରେ । ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ସିଙ୍ଗିପୁର ଠାରେ ମୃତଦେହ ରଖି ଜଗତସିଂହପୁର- ନାଉଗାଁ ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି । ତେବେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ଓ ଗ୍ରାମବାସୀ ପୋଲିସ ଗାଡି ଭଙ୍ଗାରୁଜା କରିବା ଘଟଣାରେ ଜଗତସିଂହପୁର ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସହ ଅନ୍ୟ କିଛି ଗ୍ରାମବାସୀଙ୍କୁ ଗିରଫ କରିବାର ଧମକ ଦେଇଥିବାର ଅଭିଯୋଗ ହୋଇଛି । ଏପରିକି ରବିବାର ରାତିରେ ପୋଲିସ ଘରକୁ ଆସି ଗିରଫ କରିବା ଧମକ ମଧ୍ୟ ଦେଇଥିଲା । ଯାହା ଫଳରେ ଯୁବତୀ ଜଣଙ୍କ ଭୟଭୀତ ହୋଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଏନେଇ ଅଭିଯୋଗ ଆସିଛି । ତେବେ ପୋଲିସ ଏବେ ଯାଏଁ ଘଟଣାସ୍ଥଳରେ ପହଞ୍ଚିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ

ଆମେରିକା : ଆମେରିକାରେ ନୌସେନାର ଏଫ-୩୫ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରୀୟ କାଲିଫର୍ଣ୍ଣିଆର ନାଭାଲ ଏୟାର ଷ୍ଟେସନ ଲିମୋର ନିକଟରେ ଏହି ଦୁର୍ଘଟଣା ହୋଇଛି ।...

ADVERTISEMENT
ଆସିଲା “ସୁଭଦ୍ରା” ଦ୍ୱିତୀୟ କିସ୍ତି ଟଙ୍କା

ଜୟପୁରରୁ ସୁଭଦ୍ରା ୩ୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୯ ତାରିଖରେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । କୋଟିଏରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଅର୍ଥ ।...

Login