ଭୁବନେଶ୍ୱର : ଗିନି, ଝାଞ୍ଜ, ମୃଦଙ୍ଗ ଧ୍ୱନିରେ କମ୍ପିଲା ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱର ଲୋୟର ପିଏମଜିରେ ସଂକୀର୍ତ୍ତନ କଳାକାରଙ୍କ ଆନେ୍ଦାଳନ । ୫ ଦଫା ଦାବିରେ ୧୫ ହଜାର ସଂକୀର୍ତ୍ତନ କଳାକାର ଆନେ୍ଦାଳନରେ ସାମିଲ । ରାସ୍ତା ଉପରେ ଗିନି, ଝାଞ୍ଜ, ମୃଦଙ୍ଗ , ଝୁମୁକା ବଜାଇ ଦାବି ଉପସ୍ଥାପନ । ହଜାର ହଜାର ପୁରୁଷ ମହିଳା କଳାକାର ଲୋୟର ପିଏମଜି ଉପରେ ଆନେ୍ଦାଳନ କରୁଥିବା ଦେଖିବାକୁ ମିଳିଥିଲା । ତେବେ ସରକାର ନିଦାବିଷ୍ଣୁ ସାଜି କଳାକାର ମାନଙ୍କୁ କେବଳ ସହାନୁଭୂତି ଦେଉଥିବା ଅଭିଯୋଗ ହେଉଛି । ତେଣୁ ଖୁବଶୀଘ୍ର ସମସ୍ଥ କଳାକାର ମାନଙ୍କୁ ଭତ୍ତା ସହ ଅନ୍ୟାନ୍ୟ ଦାବି ପୂରଣ କରିବା ନେଇ ଚେତାବନୀ ଦେଇଛନ୍ତି କଳାକାର ସଂଘ ।
Views: 79