ଭୁବନେଶ୍ୱର : ଗାଡି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଆଁ ଆହତ । ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ୫ ଜଣ ଅଟକ ରହିଥିବା ବେଳେ ଅଡି କାର ଜବତ କରିଛି ପୋଲିସ । ପୋଷ୍ଟରକୁ ନେଇ ବାଇଁଆ ସମର୍ଥକ ଓ ବିଜେଡି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଦୁଇ ଗୋଷ୍ଠୀ ମୁହାଁମୁହିଁ ବେଳେ ବାଇଁଆ ପହଁଚି ଯିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
Views: 68











