ନୂଆଦିଲ୍ଲୀ : ଥମୁନି ଯୁଦ୍ଧ । ବନ୍ଦ ହେବାର ନାଁ ମଧ୍ୟ ନେଉନି । କେହି ପଛକୁ ହଟିବାକୁ ନାରାଜ । ଗାଜାର ସବୁଠୁ ବଡ ହସ୍ପିଟାଲରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ । ହସ୍ପିଟାଲ ପାଲଟୁଛି କବରସ୍ତାନ। ହମାସ ଆତଙ୍କବାଦୀଙ୍କୁ ଖୋଜିଖୋଜି ମାରୁଛି ଆଇଡିଏଫ । ହସ୍ପିଟାଲ ତଳେ ହମାସ ବୁଲେଟ ପ୍ରୁଫ ଏବଂ ଏକ୍ସପ୍ଲୋସିଭପ୍ରୁଫ ଟନେଲ ନିର୍ମାଣ କରିଥିବା ଦାବି କରିଛି ଆଇଡିଏଫ। ଯାହା ଭିତରେ ହମାସ ଫୋର୍ସ ଲୁଚି ରହିବା ସହ ଏଠାରୁ ଆକ୍ରମଣ କରୁଛନ୍ତି। ଏହି ଟନେଲ ଭିତରେ ପଣବନ୍ଦୀଙ୍କୁ ରଖିଥିବା ମଧ୍ୟ ଦାବି କରିଛି ଇସ୍ରାଏଲ ସେନା ।
ଇସ୍ରାଏଲ୍ ସେନାର ଅଲ୍-ଶିଫା ହସ୍ପିଟାଲ୍ ଚଢ଼ଉ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ସମ୍ପୂର୍ଣ୍ଣ ଦାୟୀ ବୋଲି ହମାସ୍ କହିଛି । ଅକ୍ଟୋବର ୭ ଆକ୍ରମଣ ମଧ୍ୟ ଟନେଲ ଭିତରୁ ଅପରେଟ ହୋଇଥିବା ଇସ୍ରାଏଲ କହିଛି । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ରକେଟ ବର୍ଷା କରିଥିଲା ହମାସ । ଏହା ପରେ ଗାଜା ଉପରେ ଭୟଙ୍କର ପ୍ରତିଆକ୍ରମଣ କରୁଛି ଇସ୍ରାଏଲ । ଏପର୍ୟ୍ୟନ୍ତ ଗାଜାର ୧୧ ହଜାର ଲୋକଙ୍କ ଜୀବନ ଗଲାଣି ।
ଗାଜାର ହସ୍ପିଟାଲ ଉପରେ ଇସ୍ରାଏଲର ଆକ୍ରମଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...