ନୂଆଦିଲ୍ଲୀ : ଗାଜା ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣରେ ୧୯୫ ପାଲେଷ୍ଟାଇନ ନାଗରିକଙ୍କ ସହ ୨ ହମାସ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ଦାବି କରାଯାଇଛି, ଯେଉଁ କାରଣରୁ ଅଧିକାଂଶ ବିଦେଶୀ ନାଗରିକ ଗୁରୁବାର ଗାଜା ଷ୍ଟ୍ରିପ୍ ଛାଡ଼ିବା ପାଇଁ ପ୍ରସ୍ତୁତ ହୋଇଥିଲେ।
ଇସ୍ରାଏଲ ଆକ୍ରମଣରେ ୧୯୫ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ନେଇ ହମାସ୍ ଦାବି କରିବା ପରେ ମିଳିତ ଜାତିସଂଘର ମାନବାଧିକାର ଅଧିକାରୀମାନେ ଏହାକୁ ଯୁଦ୍ଧ ଅପରାଧ ବୋଲି କହିଛନ୍ତି। ଏହାପରେ ପ୍ରାରମ୍ଭିକ ତାଲିକାରେ ଥିବା ୫୦୦ ଜଣଙ୍କ ମଧ୍ୟରୁ ଅତି କମରେ ୩୨୦ ବିଦେଶୀ ନାଗରିକଙ୍କ ସହ ଗୁରୁତର ଆହତ ବହୁ ସଂଖ୍ୟକ ଗାଜାବାସୀ ଇସ୍ରାଏଲ, ଇଜିପ୍ଟ ଏବଂ ହମାସ ମଧ୍ୟରେ ଏକ ଚୁକ୍ତିନାମା ଅଧୀନରେ ଇଜିପ୍ଟରେ ପ୍ରବେଶ କରିଛନ୍ତି। ଗାଜା ଛାଡିଥିବା ବିଦେଶୀମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବୁଲଗେରିଆ, ଚେକ୍ ରିପବ୍ଲିକ୍, ଫିନ୍ଲାଣ୍ଡ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଜୋର୍ଡାନ, ବ୍ରିଟେନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ପାସ୍ପୋର୍ଟଧାରୀ ସାମିଲ ଥିଲେ।
Views: 74