The Ultimate Managed Hosting Platform
ADVERTISEMENT

ଗାଁରେ ପହଁଚି ପାରିଲାନି ଆମ୍ବୁଲାନ୍ସ , ଚାଲିଗଲା ବ୍ୟକ୍ତିଙ୍କ ଜୀବନ

Facebook
Twitter
LinkedIn

ବଣାଇ : ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ପ୍ରାଣ ଚାଲିଗଲା । ଗାଁରେ ରାସ୍ତା ନଥିବାରୁ ଜୀବନ ଗଲା । ପୁଣି ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ହୋଇପାରୁ ନଥିବାର ସଂଗୀନ ଅଭିଯୋଗ ।ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଗୁରୁଣ୍ଡିଆ ବ୍ଲକ ଦନ୍ତା ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ହଠାତ ପ୍ରକୃତି ତାଣ୍ଡବ ରଚିବାରୁ ଲଗାଣ ବର୍ଷା ଓ ଘଡ଼ଘଡ଼ିରେ ଗାଁର ଅବସ୍ଥା ବେହାଲ ହୋଇ ଯାଇଥିଲା । ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳ ଦନ୍ତା ଗ୍ରାମର ଯୁବକ ମାନନ୍ତା ମୁଣ୍ଡାରୀ ଗାଈ ଚରାଉଥିଲେ । ଆଉ ଗୋଚର ଭୂଇଁରେ ବଜ୍ରପାତ ହେଲା । ଯାହାଫଳରେ ମାନନ୍ତା ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ । ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ୧୦୮ ଆମ୍ବୁଲାନ୍ସ ଡାକିଥିଲେ କିନ୍ତୁ ରାସ୍ତା ଖରାପ ଥିବାରୁ ସେହି ସ୍ଥାନକୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା । ଯାହାଫଳରେ ଲୋକମାନେ ମାନାନ୍ତାଙ୍କୁ ଗୁରୁତର ଅବସ୍ଥାରେ ସେଠାରୁ ତିନି କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୋହି ଆଣିଥିଲେ । କିନ୍ତୁ ନାଳରେ ପାଣି ବଢିଥିବାରୁ ଏହାକୁ ପାର କରିବା ସହଜ ନଥିଲା । ବହୁତ କଷ୍ଟରେ ସାବଧାନତାର ସହିତ ମାନନ୍ତାଙ୍କୁ ବୋହି ନାଳ ପାରି କରିବାକୁ ପଡିଥିଲା । ଗାଁରେ ରାସ୍ତା ନଥିବାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ଡାକ୍ତରଖାନାକୁ ଆମ୍ବୁଲାନ୍ସ କର୍ମଚାରୀ ଓ ଗାଁ ଲୋକେ ଚାଲି ଚାଲି ମାନାନ୍ତାଙ୍କୁ ବୋହି ନେଇଥିଲେ । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ଆଗରୁ ରାସ୍ତାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।ସରସରା ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏଘଟଣା ପରେ ତାଙ୍କ ମୃତଦେହର ବ୍ୟବଚ୍ଛେଦ ହୋଇ ପାରୁନଥିବାର ସଂଗୀନ ଅଭିଯୋଗ ମଧ୍ୟ ଆସିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଭୁବନେଶ୍ୱର : ଅବସରପ୍ରାପ୍ତ ୬୩୮୭ ଜଣ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ ସ୍କୁଲରେ ମିଳିବ...

ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା , କହିଲେ ଅବହେଳା ଅକ୍ଷମଣୀୟ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବଙ୍କ ଚିଠି । ମହାନଦୀ ଜଳ ବିବାଦ ନେଇ ପ୍ରତିଉତ୍ତର ରଖି ଲେଖିଲେ ଚିଠି ।ଆପୋସ ଆଲୋଚନାରେ...

ADVERTISEMENT

Login