The Ultimate Managed Hosting Platform
ADVERTISEMENT

ଗାଁକୁ ନାହିଁ ପକ୍କା ରାସ୍ତା କି ଡ୍ରେନ , ବିଧାୟକଙ୍କର ବି ପଡୁନି ପାଦ

Facebook
Twitter
LinkedIn

ପାପଡାହାଣ୍ଡି :ଯୋଜନା ନାମରେ ହରିଲୁଟ । ନିର୍ବାଚନ ବେଳେ ମିଳୁଛି ଅନେକ ପ୍ରତିଶ୍ରୁତି । କିନ୍ତୁ ବିଜୟ ଲାଭ କରିବା ପରେ ମିଳୁଛି ପ୍ରତାରଣା । ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡିଏ । ଏବେ ବି ମାଟି କାଦୁଅରେ ଯିବା ଆସିବା କରୁଛନ୍ତି ଲୋକେ । ଭଲ ଭାବରେ ଦେଖନ୍ତୁ ଏ ଦୃଶ୍ୟ ଗାଁକୁ ଏଯାଏଁ ପକ୍କା ରାସ୍ତାଟିଏ ନାହିଁ । ବର୍ଷା ହେଲେ କଥା ତ ସରିଲା । ରାସ୍ତାରେ ଗମନାଗମନ କରିବା କଷ୍ଟକର । ଦଶ ବର୍ଷରୁ ଉର୍ଦ୍ଧ ହେଲାଣି ଗାଁ ଭିତର ରାସ୍ତା ସମ୍ପୁର୍ଣ୍ଣ ଖରାପ । ଏ ହେଉଛି ଡକରିବେଡା ଗାଁ । ଡାବୁଗାଁ ନିର୍ବ÷÷ାଚନ ମଣ୍ଡଳୀ ପାପଡାହାଣ୍ଡି ପଂଚାୟତରେ ରହିଛି ଡକରିବେଡା ଗାଁ । ଆଜି ଯାଏଁ ଗାଁରେ ବିଧାୟକ ପାଦ ପଡିନାହିଁ । ବଡ ବଡ ବାବୁ ମାନେ ରାଜଧାନୀ ପରି ଚକଚକିଆ ସହରରେ ରହିବା ପରେ ଗାଁକୁ ସମ୍ପୁର୍ଣ୍ଣ ଭାବେ ଭୁଲି ଯାଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ । କେବଳ ରାସ୍ତା ନୁହେଁ ଗାଁରେ ରହିଥିବା ଡ୍ରେନ ସମ୍ପୁର୍ଣ୍ଣ ଠପ । ଗାଁର ଉନ୍ନତି ଉପରେ କାହାର ବି ନଜର ପଡୁନି । ପୂର୍ବତର ସିନା ଭୋଟ ପାଇ ବିଜୟୀ ହୋଇଥିଲେ କିନ୍ତୁ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ କହିଛନ୍ତି ଡକରିପଡା ଗ୍ରାମବାସୀ । ସରକାର ଗାଁଠୁ ସହର ସବୁର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଫଳ ଶୂନ । ବାରମ୍ବାର ଅଭିଯୋଗ କରିବା ପରେ ବି ଫଳ ଶୂନ । ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଚୀନରେ ଭୂକମ୍ପ ଝଟକା

ଚୀନ : ଭାରତର ପଡ଼ୋଶୀ ଦେଶ ଚୀନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ମଙ୍ଗଳବାର ସକାଳ ପ୍ରାୟ ୮.୪୫ମିନିଟ ରେ ଚୀନର ଜିନଜିଆଙ୍ଗ ପ୍ରଦେଶରେ ଏହି...

ADVERTISEMENT
ସରକାରୀ କୋଷରୁ ୨.୩୮ କୋଟି ଚଳୁ ; କିରାଣି ନିଲମ୍ବିତ

ସରକାରୀ କୋଷରୁ ୨.୩୮ କୋଟି ଚଳୁ ; କିରାଣି ନିଲମ୍ବିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ । କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ନିଲମ୍ବନ କଲେ ସିଡିଏମଓ । ୨.୩୮...

Login