ପିପିଲି : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରୁ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇସାରିଛି । ଗତ ୧୫ ତାରିଖରେ ନିଖୋଜ ଆଶୀର୍ବାଦକୁ ଖୋଜିବା ପାଇଁ ପରିବାର ଠାରୁ ଆରମ୍ଭ କରି ପୋଲିସ୍ ପ୍ରଶାସନ ସମସ୍ତେ ନୟାନ୍ତ ହୋଇ ପଡିଥିଲେ । ଶେଷରେ ଦୀର୍ଘ ୬ଦିନ ପରେ ମିଳିଥିଲା ମୃତଦେହ । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଥିଲା ଆଶୀର୍ବାଦର ମୃତଦେହ । ପୋଲିସ୍ ସନ୍ଦେହରେ ଅଭିଯୁକ୍ତ ପଡୋଶୀ ଦାଦା ବାପି ସାହୁକୁ ଅଟକ ରଖି ପଚରା ଉଚରା କରିଥିଲା । ଆଉ ଶେଷରେ ଅଭିଯୁକ୍ତ ସବୁ ସତ କଥା ପୋଲିସ୍ ଆଗରେ ମାନିଥିଲା । ଗତକାଲି ଆଶୀର୍ବାଦର ମୃତଶରୀର ବ୍ୟବଛେଦ ପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏପଟେ ପ୍ରଶାସନ ପକ୍ଷରୁ ରେଡ଼କ୍ରସ୍ ସହାୟତା ରାଶି କୋଡିଏ ହଜାର ଟଙ୍କାକୁ ପ୍ରତ୍ୟାଖ୍ୟାନ କରାଯାଇଛି । ତେବେ ଏକ କୋଟି ଟଙ୍କାର ସହାୟତା ଦାବି କରିଛନ୍ତି ଅଞ୍ଚଳବାସୀ । ସେପଟେ ଅଭିଯୁକ୍ତ ପ୍ରଭାକର ସାହୁକୁ ଆଜି ଅପରାହ୍ନରେ ପିପିଲି କୋର୍ଟରେ ହଜାର କରାଯିବା ନେଇ ସୂଚନା ରହିଛି ।
ଗାଁ ଶ୍ମଶାନରେ ହେଲା ଆର୍ଶୀବାଦର ଅନ୍ତିମ ସଂସ୍କାର

Facebook
Twitter
LinkedIn
Facebook
Twitter
LinkedIn
Recent News
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷୁଛି । ଆହୁରି...
୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...
ଦିଗପହଣ୍ଡିରେ ଝାଡାବାନ୍ତି ଆଉ ୮ ଆକ୍ରାନ୍ତ
ଦିଗପହଣ୍ଡି : ଦିଗପହଣ୍ଡିରେ ବ୍ୟାପୁଛି ଝାଡାବାନ୍ତି । ଆଉ ୮ ଜଣ ଆକ୍ରାନ୍ତ ହୋଇଛନ୍ତି । ସାନଖେମୁଣ୍ଡି ପରେ ପାତ୍ରପୁରରେ ୮ ଆକ୍ରାନ୍ତ ଚିହ୍ନଟ । ସମସ୍ତ...
ମୁଣ୍ଡଳିଠାରେ ପହଁଚିଲା ପ୍ରଥମ ବନ୍ୟାଜଳ
କଟକ : କଟକ ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ । ବର୍ତ୍ତମାନ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଧୀରେ ଧୀରେ ଜଳସ୍ତର...