ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧,୮୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦୦ରୁ ଯଥେଷ୍ଟ ଅଧିକ ହୋଇଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୮୦୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୮୦୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୦୫,୯୫୨ରେ ପହଞ୍ଚିଛି।ଗତ ୨୪ ଘଣ୍ଟାରେ ୬ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୮୩୭କୁ ବୃଦ୍ଧି ପାଇଛି। ଆଜି ଚଣ୍ଡୀଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ ଓ ମଧ୍ୟପ୍ରଦେଶରୁ ଗୋଟିଏ ଲେଖାଏଁ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ପିଛିଲା ଭାବେ କେରଳ ୨ଟି ମୃତ୍ୟୁ ସାମିଲ କରିଛି। ଦେଶରେ ଦୈନିକ କୋଭିଡ୍-୧୯ ‘ପଜିଟିଭିଟି’ ହାର ୩.୧୯% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୧.୩୯% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।
ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧,୮୦୦ ଉପରେ

Facebook
Twitter
LinkedIn
Facebook
Twitter
LinkedIn
Recent News
ମହାକାଳପଡା ତହସିଲଦାର ଗିରଫ
ମହାକାଳପଡା : ମହାକାଳପଡା ତହସିଲଦାର ଶିବ ମଲ୍ଲିକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ...
କ୍ରାଇମବ୍ରାଞ୍ଚରେ ‘ବଣିକ’ ଅଧିକାରୀ
କଟକ : ଏସଆଇ ନିଯୁକ୍ତିରେ କେଳେଙ୍କାରୀ । ଗତକାଲି ‘ବଣିକ’ ଉପରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ‘ବଣିକ’ ର ୩ ଅଧିକାରୀ...
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା
କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...
୯ ଡକାୟତ ଗିରଫ ; ୫ ବନ୍ଧୁକ ଜବତ
କେନ୍ଦୁଝର : ଆନ୍ତଃରାଜ୍ୟ ୯ ଡକାୟତ ଗିରଫ । ୫ଟି ବନ୍ଧୁକ ଜବତ । ଟାଉନ ଥାନା ନରଣପୁର ଶିବ ମନ୍ଦିର ନିକଟରୁ ଗିରଫ । କେନ୍ଦୁଝର...